www.samajalive.in
Sunday, December 14, 2025
14.1 C
Bhubaneswar

ଜନଜାତି ସମାବେଶକୁ ଓଡିଶା ଆଦିବାସୀ ସମନ୍ୱୟ ସମିତିର ବିରୋଧ

ଫୁଲବାଣୀ: ଧର୍ମାନ୍ତରିତ ଜନଜାତିଙ୍କୁ ସଂରକ୍ଷଣ ସୁବିଧାରୁ ବାଦ ଦେବା ପାଇଁ ଦାବୀ କରିଛି ଓଡିଶା ଜନଜାତି ସୁରକ୍ଷା ମଞ୍ଚ। ଏ ନେଇ ଆସନ୍ତା ୨୫ ତାରିଖରେ ଭୂବନେଶ୍ବରରେ ଏକ ବିଶାଳ ଜନଜାତି ସମାବେଶ ପାଇଁ ଡାକରା ଦିଆ ଯାଇଛି। ତେବେ ଜନଜାତି ସୁରକ୍ଷା ମଞ୍ଚର ଏହି ଆଭିମୁଖ୍ୟକୁ କଡା ବିରୋଧ କରିଛି ଓଡିଶା ଆଦିବାସୀ ସମନ୍ୱୟ ସମିତି। ଆଜି ସମିତିର କନ୍ଧମାଳ ଜିଲ୍ଲା ଆବାହକ ତଥା ଆଦିବାସୀ ନେତା ଲମ୍ବୋଦର କହଁର ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟ ପ୍ରକାଶ କରି ଏହାକୁ ଆଦିବାସୀ ମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ ଏକ ଅପଚେଷ୍ଟା ବୋଲି କହିଛନ୍ତି । ଏହା ପଛରେ ବିଜେପି ଓ ଆର ଏସ ଏସର ହାତ ରହିଥିବା ଏବଂ ଆଦିବାସୀ ମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରି ବିଜେପି ରାଜନୈତିକ ଫାଇଦା ଉଠାଇବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ଲମ୍ବୋଦର। ସମ୍ବିଧାନର ଧାରା ୩୪୨ ଅନୁସାରେ ଆଦିବାସୀ ମାନେ ଯେ କୌଣସି ଧର୍ମ ଗ୍ରହଣ କଲେ ମଧ୍ୟ ତାଙ୍କର ଆଦିବାସୀ ମାନ୍ୟତା ଓ ସାମ୍ବିଧାନିକ ଅଧିକାର ବଜାୟ ରହିବ ବୋଲି ପ୍ରକାଶ କରିଛନ୍ତି ଶ୍ରୀ କହଁର। ତେଣୁ ଧର୍ମାନ୍ତରିତ ଆଦିବାସୀଙ୍କ ସଂରକ୍ଷଣ ସୁବିଧା ପ୍ରତ୍ୟାହାରକୁ ଅବାନ୍ତର ଏବଂ ଅସମ୍ବିଧାନିକ ବୋଲି ସେ କହିଛନ୍ତି।

ଅପରପକ୍ଷରେ, ଏଭଳି ଦାବି ଉଠାଇ ଥିବା ଜନଜାତି ସୁରକ୍ଷା ମଞ୍ଚର କର୍ମକର୍ତ୍ତା ମାନେ ବିଜେପି ଦ୍ବାରା ପରିଚାଳିତ ବୋଲି ଲମ୍ବୋଦରଙ୍କ ସମେତ ଅନେକ ଆଦିବାସୀ ନେତା ଅଭିଯୋଗ କରିଛନ୍ତି। ଆଦିବାସୀ ମାନଙ୍କୁ ଭାଗ ଭାଗ କରି ସେମାନଙ୍କୁ ଦୁର୍ବଳ କରିବା ଏବଂ ସେମାନଙ୍କ ସମସ୍ତ ଅଧିକାର ଛଡାଇ ନେବା ପାଇଁ ଚାଲିଥିବା ଷଡଯନ୍ତ୍ରର ଏହା ଅଂଶବିଶେଷ ବୋଲି କହିଛନ୍ତି ଆଦିବାସୀ ନେତା। ତେବେ ଏଭଳି ହୀନ ଉଦ୍ୟମ ପ୍ରତି ସତର୍କ ରହିବା ଏବଂ ନିଜ ନିଜ ଭିତରେ ସୁସମ୍ପର୍କ ବଜାୟ ରଖିବା ପାଇଁ ରାଜ୍ୟର ଆଦିବାସୀ ମାନଙ୍କୁ ଆହ୍ବାନ ଦେଇଛନ୍ତି ଲମ୍ବୋଦର ଓ ଅନ୍ୟ ଆଦିବାସୀ ନେତା ମାନେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନିଖିଳ ଉତ୍କଳ କୁଇ ସମାଜ ସଭାପତି ପୁଷାରା କହଁର, ପୂର୍ବତନ ସଭାପତି ଭାସ୍କର ପ୍ରଧାନ, ଆଦିବାସୀ ନେତା ପ୍ରଦୀପ କହଁର, ମୁକୁନ୍ଦ କହଁର, ଦୟାନିଧି ମଲିକ,ଦୀନବନ୍ଧୁ କହଁର, ଲକ୍ଷ୍ମଣ ପ୍ରଧାନଙ୍କ ସମେତ ଅନେକ ଆଦିବାସୀ ନେତା ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories