www.samajalive.in
Sunday, December 14, 2025
14.1 C
Bhubaneswar

ତହସିଲ ଓ ବନ ବିଭାଗ ଛତ୍ର ଛାୟା ତଳେ ବେଆଇନ ଇଟାଭାଟି

ଫୁଲବାଣୀ/ବାଲିଗୁଡା: ଗୋଟିଏ ପଟେ ବନ ବିଭାଗ ଜଙ୍ଗଲ ନିଆଁକୁ ନେଇ ତତ୍ପର ହୋଇ ଉଠିଥିବା ବେଳେ କଡ଼ା ସୁରକ୍ଷା ମଧ୍ୟରେ ବର୍ତ୍ତମାନ ଜଙ୍ଗଲ ଥିବା କୁହାଯାଇଥିଲେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ବହୁ ମୂଲ୍ୟବାନ କାଠ ପଡ଼ିଛି ଏକ ବେଆଇନ ଇଟାଭାଟିରେ। ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଳକରେ। କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ମୁସକୁଲୀ ଗ୍ରାମରେ ଗଢି ଉଠିଛି ବେଆଇନ ଇଟାଭାଟି। ବନ ବିଭାଗ ଜଙ୍ଗଲକୁ ସୁରକ୍ଷା କରିବା ନିମନ୍ତେ ଏମଜିଏନଆର ଜିଏ ଯୋଜନାରେ ରାଜ କୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ କିଛି ବନ କର୍ମଚାରୀ ଭାଟି ମାଫିଆଙ୍କ କବଜାରେ ରହି ମାଫିଆଙ୍କ ହାତ ବାରିସୀ ପାଲଟିଛନ୍ତି।

ଫଳରେ ଦିନ ଦିପହରେ ଭାଟି ମାଫିୟା ଜଙ୍ଗଲରୁ ଶାଳ ଶାଗୁଆନ ଭଳି ବିରାଟ ବଡ଼ ଗଛ ଗୁଡ଼ିକୁ କାଟି ଇଟା ଭାଟିରେ ପୋଡି ଇଟାଗୁଡିକୁ ବଜାରରେ ବିକ୍ରି କରି ଲକ୍ଷ ଲକ୍ଷ ରୋଜଗାର କରି ମାଲା ମାଲ ହେଉଛନ୍ତି। ଏହା ସହ ଭାଟି ମାଫିଆ ସରକାରୀ ଜମିରୁ ମାଟି ବେଆଇନ ଭାବେ ବାହାର କରି ଇଟା ନିର୍ମାଣ କରୁଛି। ଜମି ଦାୟିତ୍ୱରେ ଥିବା ତହସିଲ କିଭଳି ମାଟି ଚୋରା ଚାଲାଣ ସମ୍ପର୍କରେ ଜାଣି ପାରୁନାହିଁ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories