www.samajalive.in
Monday, December 15, 2025
15.1 C
Bhubaneswar

ଜଣେ ଅତିଥି ଡାକ୍ତରରେ ଚାଲିଛି ଚିକିତ୍ସା, ମିଳୁନାହିଁ ଚିକିତ୍ସା ସେବା

ଫୁଲବାଣୀ: କନ୍ଧମାଳ ଜିଲାର ମୁଖ୍ୟ ଚିକିତ୍ସାଳୟ ହେଉଛି ଫୁଲବାଣୀ ସ୍ଥିତ ଚିକିତ୍ସାଳୟ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏଭଳି ହୋଇଛି ଯେ, ଡାକ୍ତରଖାନା ପରିସରରେ ଥିବା ବିଭିନ୍ନ ବିଭାଗ ମଧ୍ୟରୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ପ୍ରସୂତିଙ୍କ ଆଖିରି ଝରୁଛି ଲୁହ। ଜଣେ ମାତ୍ର ଅତିଥି ଡାକ୍ତରଙ୍କ ଦ୍ୱାରା ଚାଲିଛି ସେବା। ଫୁଳବାଣୀ ମୁଖ୍ୟ ଚିକିତ୍ସାଳୟ ହୋଇଥିବା ଯୋଗୁଁ ଏଠାକୁ ସମଗ୍ର ଜିଲାର ୧୨ଟି ବ୍ଲକର ଗର୍ଭବତୀଙ୍କ ସମେତ ଆଖ ପାଖ ଜିଲାର ଗର୍ଭବତୀ ମାନେ ମଧ୍ୟ ବହୁ ଆଶା ରଖି ଆସିଥାନ୍ତି। କିନ୍ତୁ ଡାକ୍ତରଙ୍କ ଅଭାବ ଏବେ ପ୍ରସୂତିଙ୍କ ପରିବ ଅଭିଭାବକ ମାନଙ୍କୁ ଚିନ୍ତାର କାରଣ ହୋଇଛି।

ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ସରକାର ଯୋଜନା ଉପରେ ଯୋଜନା କରିବା ସହିତ ଏନେଇ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି। ଡାକ୍ତରଖାନାରେ ଯେଭଳି ଭାବେ ଗର୍ଭବତୀ ମାନେ ପିଲା ଜନ୍ମ କରିବେ ସେ ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ବେଳେ ଏବେ ଡାକ୍ତରଙ୍କ ଅଭାବ ଜିଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ମୁଖ୍ୟ ଚିକିତ୍ସାଳୟରେ ଥିବା ମାତୃ ଓ ଶିଶୁ କେନ୍ଦ୍ରରେ ୬ ଜଣ ଡାକ୍ତର ରହିବାର ଥିଲେ ମଧ୍ୟ ବର୍ତ୍ତମାନ ମାତ୍ର ୩ ଜଣ ଡାକ୍ତର ରହିଛନ୍ତି। ସେହିମାନଙ୍କ ମଧ୍ୟରୁ ଜଣେ ଡାକ୍ତର ଲମ୍ବା ଛୁଟିରେ ଯାଇଥିବା ବେଳେ ଅନ୍ୟଜଣେ ଡାକ୍ତର କିଛିଦିନ ପାଇଁ ଏବେ ଛୁଟିରେ ଯାଇଛନ୍ତି। ଏଭଳି ସ୍ଥଳେ ବର୍ତ୍ତମାନ କର୍ପୋସ ଫଣ୍ଡରେ ନିୟୋଜିତ ହୋଇଥିବା ଜଣେ ଅତିଥି ଡାକ୍ତରଙ୍କ ଭରସାରେ ଚାଲିଛି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ। ଜଣେ ମାତ୍ର ଡାକ୍ତରରେ ଗୋଟିଏ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ପ୍ରକାର ସେବା ଯୋଗାଇବା କେତେଦୂର ସମ୍ଭବ ହେବ ତାହା ସହଜେ ଅନୁମେୟ। ଅନ୍ୟପକ୍ଷରେ ନିକଟରେ ଡାକ୍ତର ନିଯୁକ୍ତି ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଜ୍ଞାପନ ପ୍ରକାଶ ହୋଇଥିଲେ ମଧ୍ୟ କେହି ମଧ୍ୟ ଆବଦେନ କରିନଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଡାକ୍ତର ନିଯୁକ୍ତି ପାଇଁ ସରକାରଙ୍କୁ ବାରମ୍ବାର ଚିଠି ଳେଖାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ସମ୍ଭବ ହୋଇ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories