ପାଟଣା: ପିକକ୍ ସଙ୍ଗଠନ ପକ୍ଷରୁ ପାଟଣା ବ୍ଲକର ବାଉଁଶୁଳି, ଚେମେଣା, ଚାକୁଣ୍ଡାପାଳ ଓ ପଲାଣଘାଟି ପଞ୍ଚାୟତର ମୋଟ ୫୦ ଜଣ ୱାର୍ଡ ସଦସ୍ୟ ସଦସ୍ୟାଙ୍କୁ ସଙ୍ଗଠନର ବ୍ଲକ ମୁଖ୍ୟାଳୟ ସାଭାଗୃହରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ନଭେମ୍ବର ୧୦ରୁ ୧୨ ତାରିଖ ଯାଏ ଶିବିରରେ ସଦସ୍ୟ ସଦସ୍ୟାଙ୍କୁ ପଲ୍ଲିସଭା, ଗ୍ରାମସଭା ୫-ଟି, ପଞ୍ଚାୟତିରାଜ ବ୍ୟବସ୍ଥା, ସ୍ଥାୟୀ ନିରନ୍ତର ବିକାଶ, ବିଭିନ୍ନ ସରକାରୀ ଯୋଜନା ଆଦି ସମ୍ପର୍କରେ ପ୍ରଶିକ୍ଷକ ନରୋତ୍ତମ ନାୟକ ଓ ତ୍ରିଲୋଚନ ମହାନ୍ତ ତାଲିମ ପ୍ରଦାନ କରୁଛନ୍ତି। ସଂଗଠନର ବ୍ଲକ ସଂଯୋଜକ ସତ୍ୟନାରାୟଣ ମହାନ୍ତ ସାଧନ ସଂଯୋଜିକା ଦ୍ରୌପଦୀ ବେଜ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବାଧାନରେ ଶିବିର ଆରମ୍ଭ ହୋଇଛି। ପିକକ୍ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଶିବିର ପରିଦର୍ଶନ କରିଛନ୍ତି।
Popular Categories



