ପାଟଣା: ପାଟଣା ବୈତରଣୀ ତଟ ସଂଲଗ୍ନ ବିଷ୍ଣୁପୁର ଗ୍ରାମରେ ୨୪ ଘରିଆ ହାତୀପଲ ଉପଦ୍ରବ କରିବା ପରେ ରାତିରେ ବିଭିନ୍ନ ଚାଷଜମି ପଶି ଧାନ ଫସଲ ନଷ୍ଟ କରିବା ପରେ ଗୁଳୁଦିପଶି ଗ୍ରାମର ଝାଟିପଡା ଜଙ୍ଗଲ ଡେରା ପକାଇଛନ୍ତି। ହାତୀ ପଲଙ୍କୁ ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଜମୁଛି। ହାତୀ ପଲଙ୍କୁ ଘାଉଡେଇବାକୁ ବନ ବିଭାଗ ନାମକୁ ମାତ୍ର ହାତ ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରୁଥିବା ଦେଖାଯାଇଛି। ଆବଶ୍ୟକ ସଂଖ୍ୟକ ବନପାଳ ଓ ପାରା କର୍ମଚାରୀ ନଥିବାରୁ ଜଣେ ମାତ୍ର ବନପାଳ ଓ କିଛି ପାରା କର୍ମଚାରୀ ହାତୀପଲଙ୍କୁ ଜଗି ରହିବା ସାର ହୋଇଛି। ଝାଟିପଡା ଜଙ୍ଗଲକୁ ଲାଗି ବହୁ ଗ୍ରାମ ରହିଥିବାରୁ ଆଖପାଖ ଗ୍ରାମବାସୀ ହାତୀ ଭୟରେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
Popular Categories



