www.samajalive.in
Sunday, December 14, 2025
17.1 C
Bhubaneswar

କନ୍ଧମାଳରେ ସ୍ଥିତି ଅସମ୍ଭାଳ, ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ

ଫୁଲବାଣୀ: ତିନିଦିନ ଧରି କନ୍ଧମାଳ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ଯୋଗୁଁ ସମଗ୍ର ଜିଲାରେ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଲାଣି। ଲଗାଣ ବର୍ଷା ଯୋଗୁଁ ଜିଲାର ସମସ୍ତ ଛୋଟବଡ଼ ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ପାଇଥିବା ଯୋଗୁଁ ଏହାର ପ୍ରଭାବରେ ଜିଲାର ଫିରିଙ୍ଗିଆ, ଚକାପାଦ, ଖଜୁରିପଡ଼ା, କୋଟଗଡ଼଼, କ.ନୂଆଗାଁ ଭଳି ବିଭିନ୍ନ ବ୍ଲକର ଏକାଧିକ ପଂଚାୟତ ଏବେ ବାହ୍ୟ ଜଗତରୁ ସଂପୂର୍ଣ୍ଣ ଭାବେ ବିଛିନ୍ନ ହୋଇ ପଡ଼ିଛନ୍ତି।

ସେହିଭଳି ଖୋଦ୍‍ ଫୁଲବାଣୀ ପୌର ପରିଷଦର ୨ ନମ୍ବର ୱାର୍ଡ଼ ମଧ୍ୟ ବିଛିନ୍ନ ହୋଇ ପଡ଼ିଛି। ନଦୀଖଣ୍ଡି ସାହିରେ ଥିବା ଡ଼୍ୟାମରେ ଜଳସ୍ତର ବୃଦ୍ଧି ଯୋଗୁଁ ୨ନମ୍ବର ୱାର୍ଡ଼ର ଅଧିବାସୀ ମାନେ ବିଛିନ୍ନ ହୋଇ ପଡ଼ିଥିବା ବେଳେ ଜରୁରି ପରିସ୍ଥିତିରେ ସେମାନେ ଅନ୍ୟଏକ ରାସ୍ତାଦେଇ ଏବେ ଯାତାୟତ କରୁଥିବାର ଦେଖାଯାଇଛି। ବର୍ଷାର ପ୍ରଭାବରେ ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସାହିର ଘର ମାନଙ୍କରେ ପାଣି ପଶିଯାଇଥିବାର ମଧ୍ୟ ଖବର ମିଳିଛି। ବର୍ଷାର ପ୍ରଭାବରେ ଆଜି ଫୁଲବାଣୀ ବଜାର ସଂପୂର୍ଣ୍ଣଭାେ ବନ୍ଦରହିଥିବାର ଦେଖାଯାଇଛି। ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ଯୋଗୁଁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗା ଉପରସାହି ପଂଚାୟତର ୫ଟି ଗ୍ରାମ ସଂପୂର୍ଣ୍ଣଭାବେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡ଼ିଛି। ବାଘ ନଦୀରେ ଥିବା ଏକ କାଠ ପୋଲ ବନ୍ୟା ଜଳରେ ଭାସିଯାଇଥିବାରୁ ପରିସ୍ଥିତି ଏପରି ହୋଇଛି। ସେହିଭଳି କ୍ରାଣ୍ଡିବାଲି ପଂଚାତୟର ୧୦ ନମ୍ବର ୱାର୍ଡ଼ର ୩୫ ଟି ପରିବାର ଏକ ଜଳବନ୍ଦିରେ ଜୀବନ ବିତାଉଛନ୍ତି।

- Advertisement -

ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ପ୍ରକାରେ , ରବିବାର ସକାଳ ୮ଟା ସୁଦ୍ଧା ବାଲିଗୁଡ଼ା ବ୍ଲକରେ ୬୪ ମିମି ବର୍ଷା ହୋଇଥିବା ବେଳେ ଚକାପାଦ ବ୍ଲକରେ ୫୩ ମିମି , ଦାରିଙ୍ଗବାଡ଼ିରେ ୨୨ ମିମି , ଜି.ଉଦୟଗିରି ୪୦ ମିମି , ଖଜୁରିପଡ଼ାରେ ୩୯ ମିମି, କୋଟଗଡ଼଼ରେ ୪୬ ମିମି, କ.ନୂଆଗାଁରେ ୬୭.୪ ମିମି, ଫିରିଙ୍ଗିଆରେ ସର୍ବାଧିକ ୧୬୧.୬ ମିମି, ଫୁଲବାଣୀରେ ୮୦ ମିମି, ରାଇକିଆରେ ୬୨ ମିମି ଓ ଟିକାବାଲିାରେ ୪୯ ମିମି ଏବଂ ତୁମୁଡ଼ିବନ୍ଧରେ ୩୦ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ତେବେ ବର୍ଷର ପ୍ରଭାବରେ ଆଜି ଫୁଲବାଣୀ-ବାଲିଗୁଡ଼ାର ମୁଖ୍ୟ ରାସ୍ତା ବନ୍ଧଗଡ଼଼ ନିକଟରେ ଏକ ବିରାଟ ଗଛପଡ଼ିଯିବା ଫଳରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇପଡ଼ିଥିଲା। ଖବର ପାଇଁ ଫିରିଙ୍ଗିଆ ଅଗ୍ନିସମ ବାହିନି ପହଞ୍ଚି ରାସ୍ତା ଅବରୋଧ ହଟାଇଥିଲେ। ଅନ୍ୟପକ୍ଷରେ ପ୍ରବଳ ବର୍ଷାସତ୍ୱେ ମଧ୍ୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ଧୁ ଧୁ ବର୍ଷାରେ ମଧ୍ୟ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ୍‍ ଅଗ୍ରୱାଲା ମାଦିକୁନ୍ଦା ରିଜର୍ଭ ପଡ଼ିଆ ଠାରେ ପହଁଚି ସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ମଧ୍ୟ ସମଗ୍ର ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବାର ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories