www.samajalive.in
Monday, December 15, 2025
17.1 C
Bhubaneswar

ମୃତକଙ୍କ ଶବରଖି ରାଜରାସ୍ତା ଅବରୋଧ

ଚୌଦ୍ୱାର: ବିଦ୍ୟୁତ୍‍ ଆଘାତରେ ଚୌଦ୍ୱାର କଲେଜ ନିକଟ ସୁଇପର କଲେନୀର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରକାଶଯେ ଶନିବାର ରାତି ପ୍ରାୟ ୯ଟା ସମୟରେ ଲଘୁଚାପ ଜନୀତ ଲଗାଣ ବର୍ଷା ଚାଲିଥିବାବେଳେ ରାଜରାସ୍ତା କଡରେ ଯାଇଥିବା ୩୩ କେ.ଭି ଲାଇନ ତାରରେ ହଠାତ୍‍ ବିଷ୍ଫୋରଣ ଘଟି ତାର ଛିଡି ତଳେ ପଡ଼ିଥିଲା। ଫଳରେ ୧୭ନଂ ୱାର୍ଡ ହରିଜନ ବସ୍ତିରେ ଘର ବାହାରେ ଛିଡା ହୋଇଥିବା ଜଗନ ନାଏକ(୩୨) ଗୁରୁତର ହୋଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ କଟକ ବଡ଼ ଡାକ୍ତର ଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଉକ୍ତ ବିଷ୍ଫୋରଣରେ ସ୍ଥାନୀୟ ବସ୍ତବାସିନ୍ଦାଙ୍କ ବହୁ ମାତ୍ରାରେ ବୈଦ୍ୟୁତିକ ସଂରଞ୍ଜାମ ପୋଡିଜଳି ଯାଇଥିବା ଅଭିଯୋଗ ହୋଇଛି। ଶବ ବ୍ୟବଚ୍ଛେଦ ପରେ ରବିବାର ଅପରାହ୍ଣରେ ଶବ ଚୌଦ୍ୱାରରେ ପହଞ୍ଚିବା ପରେ ଜଗନଙ୍କ ମୃତ୍ୟୁକୁ ନେଇ କଲୋନୀ ବାସିନ୍ଦା ଉତ୍ତେଜିତ ହୋଇ ପଡ଼ିବା ସହିତ ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର କଲେଜ ସମ୍ମୁଖରେ ଶବକୁ ରଖି ରାସ୍ତା ରୋକୋ କରିଥିଲେ। ମୃତ ଜଗନଙ୍କ ପରିବାରର ୨ଜଣ ସଦସ୍ୟଙ୍କୁ ଚାକିରି ଓ ୨୦ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ କଲୋନୀର ଶତାଧିକ ମହିଳା ଓ ପୁରୁଷ ରାଜରାସ୍ତା ଉପରେ ବସି ରହିବା ସହିତ ଟାଟା ପାୱାର ବିରୋଧରେ ନାରାବାଜି କରିଥିଲେ।

ଫଳରେ ଦୀର୍ଘ ୨ଘଣ୍ଟା ଧରି ରାଜରାସ୍ତାରେ ଯାନ ବାହନ ଚଳାଚଳ ଠପ୍‍ ହୋଇ ଯାଇଥିଲା। ସ୍ଥାନୀୟ ପୁଲିସ୍‍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରି ଥିଲେହେଁ ସେମାନଙ୍କୁ ରାସ୍ତାରୁ ହଟାଇବାରେ ବିଫଳ ହୋଇଥିଲେ। ଖବର ପାଇ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅନୁରୋଧକ୍ରମେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ,ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ, ନଗର ମହିଳା ସଭାନେତ୍ରୀ କବିତାରାଣୀ ଲେଙ୍କା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାଶୁଝା କରିବା ସହିତ ମୃତକଙ୍କ ପରିବାରର ୨ଜଣକୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷା ପ୍ରତିଶ୍ରୁତି ଦେଇଥିଲେ।ଶବ ସତ୍କାର ପାଇଁ ପୌରପାଳିକା ତରଫରୁ ନଗଦ ୨୦ ହଜାର ଟଙ୍କା ମୃତକଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଥିଲା।ଏଥି ସହିତ କଲୋନୀର ପ୍ରତିନିଧି, ଟାଟା ପାୱାର ଅଧିକାରୀ ଓ ପୌର କତ୍ତୃପକ୍ଷଙ୍କ ମଧ୍ୟରେ କ୍ଷତି ପୂରଣ ସମ୍ପର୍କରେ ଏକ ଆଲୋଚନା ବୈଠକ ଆସନ୍ତା ବୁଧବାର ଦିନ ଅନୁଷ୍ଠିତ ହେବବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories