କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା
ଫୁଲବାଣୀ: ଏହି ବ୍ଳକ ଅନ୍ତର୍ଗତ ଦୁବଗଡ଼ କ୍ଳଷ୍ଟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ଦିନିକିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶଳା ଦୁବଗଡ଼ କ୍ଳଷ୍ଟର ତାଲିମ୍ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ଯୋଗଦେଇ ଶିକ୍ଷାଦାନରେ ଶିକ୍ଷଣ ସାମଗ୍ରୀର ଭୂମିକା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ଜେନା, ଅଶୋକ କୁମାର ମିଶ୍ର, ଶ୍ୟାମବନ୍ଧୁ ମହାରଣା ଓ ପ୍ରଶିକ୍ଷକ କ୍ରିଷ୍ଣ କୁମାର ପ୍ରମୁଖ ଯୋଗଦେଇ ଏହାର ଉପକାରିତା ଉପରେ ବର୍ଣ୍ଣନା କରିଥିଲେ। ସିଆରସିସି ପ୍ରଦୀପ କୁମାର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗଦେଇତିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସିଆରସିସି ସରୋଜ କୁମାର ପାତ୍ର , ରବୀନ୍ଦ୍ର ଦିଗାଲ , ସତିଶ୍ ପ୍ରଧାନ , ସୁଧାଂଶୁ ବେହେରା , ଓମ୍ ସାହାଣୀ , ଶ୍ରୀମତି ସରିତା ମହାରଣା ପ୍ରମୁଖ ସହଯୋଗ କରିଥିଲେ।
Comments are closed.