www.samajalive.in
Monday, December 15, 2025
15.1 C
Bhubaneswar

ନେଟଓ୍ୱର୍କ ସମସ୍ୟା ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ଅଞ୍ଚଳବାସୀ

ଫୁଲବାଣୀ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତ ଉପର କଙ୍ଗେରିକିଆ, ତଳ କଙ୍ଗେରିକିଆ, ମାହାଲିମୁଣ୍ଡା ଗ୍ରାମରେ ଅନୁମାନିକ ୧୨୦ ପରିବାର ବସବାସ କରି ଆସୁଛନ୍ତି। ଗ୍ରାମଗୁଡ଼ିକ ଜଙ୍ଗଲ ପାହାଡ଼ରେ ଘେରି ହୋଇ ରହିଥିବାରୁ ପରସ୍ପର ମଧ୍ୟରେ ଯୋଗାଯୋଗ ହୋଇ ପାରୁନାହିଁ। ଯେକୌଣସି ଜରୁରୀ କାମ ପଢ଼ିଲେ ନେଟଓ୍ୱର୍କକୁ ଅନୁସନ୍ଧାନ କରି ମୋବାଇଲ ମାଧ୍ୟମରେ ନିଜର କାର୍ଯ୍ୟ ବହୁତ କଷ୍ଟରେ ପୂରଣ କରୁଛନ୍ତି। ଯଦି କାହାର ଶରୀର ହଠାତ୍ ଅତ୍ୟନ୍ତ ଅସୁସ୍ଥ ହୋଇ ପଡ଼େ, ତେବେ ଆମ୍ବୁଲାନ୍ସ ସହ ଯୋଗାଯୋଗ ପାଇଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଆଜିକାର ଦୁନିଆ ଇଣ୍ଟରନେଟ ଦୁନିଆ ହୋଇଥିବାବେଳେ ଦୀର୍ଘ ଦିନରୁ ଏହି ଅଞ୍ଚଳବାସୀ ଇଣ୍ଟରନେଟ ସୁବିଧାରୁ ବଞ୍ଚିତ ହୋଇ ଜନସମାଜରୁ ପୃଥକ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ପରିଶେଷରେ ଗ୍ରାମର ଯୁବରାଜ ମଲ୍ଲିକ, ସନ୍ତୋଷପ୍ରଧାନ, ରିଙ୍କୁ ପ୍ରଧାନ, ଯଶୋବନ୍ତ ପ୍ରଧାନ, ରଶେ ପ୍ରଧାନ, ଖଗେଶ୍ୱର ପ୍ରଧାନ ନେଟଓ୍ୱର୍କ ସମାଧାନ ପାଇଁ କନ୍ଧମାଳ ଜିଲାପାଳଙ୍କୁ ମୁହାଁମୁହିଁ ସାକ୍ଷାତ କରି ଏହାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories