ସୁବର୍ଣ୍ଣଗିରିକୁ ବ୍ଲକ ମାନ୍ୟତା ପାଇଁ ଦାବି

ଫୁଲବାଣୀ : ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ପରେ ଏବେ ବିଭିନ୍ନ ଅଞ୍ଚଳରେ ନୂତନ ବ୍ଲକ ଓ ପଞ୍ଚାୟତ ଗଠନ ପାଇଁ ଦାବି ଜୋର ଧରିଛି। ଆଜି  କୋଟଗଡ ବ୍ଳକର ସୁବର୍ଣ୍ଣଗିରି ଠାରେ ଏକ ନୂତନ ବ୍ଲକ ଗଠନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଅନୁଯାୟୀ, ସୁବର୍ଣ୍ଣଗିରି , ଓରା, ସାର୍ଭୁଲ, ଗୁଗୁରୁମାହା, ମାର୍ଲାଙ୍ଗା, ଯୁବାଗୁଢା, ଶ୍ରୀରାମପୁର, ରାଣୀପଙ୍ଗା, ପକାରୀ, ପାରିଗଡ ପଞ୍ଚାୟତରେ ଜନସଂଖ୍ୟା ୫୦ ହଜାରରୁ ଅଧ‌ିକ ଅଟେ । ପ୍ରତ୍ୟେକ କାମ ନିମନ୍ତେ ଲୋକଙ୍କୁ କୋଟଗଡ ଉପରେ ନିର୍ଭର କରିବାକୁ ପଡୁଛି। ସମସ୍ତ ସରକାରୀ କାର୍ଯ୍ୟାଳୟ କୋଟଗଡରେ ରହିଛି। ଫଳରେ ଏହି ୧୦ ଟି ପଞ୍ଚାଯତର ଲୋକେ ଦୈନନ୍ଦିନ କୋଟଗଡ ଯିବାଆସିବା କରିଥାନ୍ତି।  ଅନେକ  ଗ୍ରାମପଞ୍ଚାୟତ କୋଟଗଡ ଠାରୁ ୪୦/୪୫ କିମି ଦୂରରେ ଅବସ୍ଥିତ। ସରକାରୀ ଯୋଳନା ମଧ୍ୟ ପହଞ୍ଚି ପାରୁନାହିଁ। ତେଣୁ ଏହି ୧୦ଟି ପଞ୍ଚାୟତକୁ ନେଇ ନୂତନ ସୁବର୍ଣ୍ଣଗିରି ବ୍ଲକ ଗଠନ ପାଇଁ ଜିଲାପାଳଙ୍କ ଦାବି କରାଯାଇଛି। ଗ୍ରାମବାସୀ ଆଜି ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

Comments are closed.