www.samajalive.in
Sunday, December 14, 2025
26.1 C
Bhubaneswar

ଅଲ୍ଟୋର ଓଜନ ୧୦୦ କେ.ଜି କମିବ, ବଢିବ ମାଇଲେଜ୍

ନୂଆଦିଲ୍ଲୀ : ଦେଶର ସବୁଠାରୁ ଶସ୍ତା କାର ମାରୁତି ଅଲ୍ଟୋ କେ୧୦ । ଏହା କମ୍ପାନୀର ଏଣ୍ଟ୍ରି ଲେବଲ ଓ ଶସ୍ତା କାର୍ । ଏହାର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ୍ ମାତ୍ର ୪.୨୩ ଲକ୍ଷ ଟଙ୍କା । ଏବେ ଏହି କାରରେ ୬ ଏୟାରବ୍ୟାଗ୍ ମଧ୍ୟ ମିଳୁଛି । ଏହା ଦେଶର ସବୁଠାରୁ ଅଧିକ ବିକ୍ରି ହେଉଥିବା କାର୍ । ବର୍ତ୍ତମାନର ଅଲ୍ଟୋ ନିଜ ୯ମ ପିଢିର ମଡେଲକୁ ବଜାରରେ ବିକ୍ରି କରୁଛି ଯାହା ୨୦୨୧ରେ ବଜାରକୁ ଆସିଥିଲା । ରିପୋର୍ଟ ଅନୁସାରେ କମ୍ପାନୀ ଖୁବ୍ ଶୀଘ୍ର ବଜାରକୁ ନିଜ ୧୦ ଜେନେରେସନ ମଡେଲ ଆଣିପାରେ । ତେବେ ଏଥିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ । କମ୍ପାନୀ ନିଜ ନୂଆ ମଡେଲର ଓଜନ ୧୦୦ କେଜି କମାଇପାରେ ବୋଲି ସୂଚନା ମିଳିଛି ।

ପ୍ରଥମ ଜେନେରେସନ ଅଲ୍ଟୋର ଓଜନ ୫୪୫ କିଲୋଗ୍ରାମ ଥିଲା । ସପ୍ତମ ମଡେଲର ଓଜନ ୭୪୦ କିଲୋଗ୍ରାମ ଥିଲା । ନବମ ପିଢିର ମଡେଲର ଓଜନ ୬୮୦ କିଲୋଗ୍ରାମ ହୋଇଯାଇଛି । ନୂଆ ମଡେଲର ଓଜନ ୧୦୦ କିଲୋଗ୍ରାମ କମ୍ ହୋଇପାରେ । ଗାଡିର ଓଜନ ପ୍ରାୟ ୫୮୦ କିଲୋଗ୍ରାମ ହେବା ଅନୁମାନ କରାଯାଉଛି ।

- Advertisement -

କମ୍ପାନୀ ଏହାର ଓଜନ କମାଇବା ପାଇଁ କାରରେ ବ୍ୟବହାର ହେଉଥିବା କମ୍ପୋନେଣ୍ଟରେ ହାଲୁକା ମେଟେରିଆଲ ବ୍ୟବହାର କରିପାରେ । ଓଜନ କମ୍ ହେଲେ ଅଲ୍ଟୋର ମାଇଲେଜ୍ ବଢିପାରେ । ବର୍ତ୍ତମାନର ଅଲ୍ଟୋର ମାନୁଆଲ ମଡେଲର ମାଇଲେଜ୍ ୨୪.୩୯ କିଲୋମିଟର ପ୍ରତି ଲିଟର ଏବଂ ଅଟୋମେଟିକ୍ ମଡେଲର ମାଇଲେଜ୍ ୨୪.୯୦ କିଲୋମିଟର ପ୍ରତି ଲିଟର ରହିଛି । ୧୦୦ କିଲୋଗ୍ରାମ ଓଜନ କମିଲେ ପ୍ରତି ଲିଟରରେ ପ୍ରାୟ ୩୦ କିଲୋମିଟର ଅଧିକ ଯାତ୍ରା କରିହେବ । ସିଏନଜି ମଡେଲରେ ଏହା ଏକ କେଜିରେ ୩୭ କିଲୋମିଟର ଯାତ୍ରା କରିପାରିବ । ତେବେ କମ୍ପାନୀ ଏହାର ଦାମ ମଧ୍ୟ କିଛି ହ୍ରାସ କରିପାରେ ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories