www.samajalive.in
Sunday, December 14, 2025
19.1 C
Bhubaneswar

ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁପ୍ରିମକୋର୍ଟ କଲେଜିୟମ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ତିନି ଜଣ ବରିଷ୍ଠ ବିଚାରପତିଙ୍କ କଲେଜିୟମ୍ ଜଷ୍ଟିସ୍ ବର୍ମାଙ୍କୁ ତାଙ୍କର ମୂଳ ହାଇକୋର୍ଟ ଅର୍ଥାତ୍ ଆହ୍ଲାବାଦ ହାଇକୋର୍ଟକୁ ବଦଳି ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମଙ୍କ ଏହି ନିଷ୍ପତ୍ତି ହଇଚଇ ସୃଷ୍ଟି କରିଛି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏଭଳି ନିଷ୍ପତ୍ତି କାହିଁକି ନିଆଗଲା? ତେବେ ଏହାର କାରଣ ହେଉଛି ପୁଳା ପୁଳା ଟଙ୍କା।

ସୂଚନା ଅନୁଯାୟୀ, କିଛିଦିନ ପୂର୍ବେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବାକୁ ଯାଇଥିବା ଦମକଳ ବାହିନୀ ସେଠାରେ ବିପୁଳ ପରିମାଣର ଟଙ୍କା ପାଇଥିଲେ। ବିପୁଳ ପରିମାଣର ଟଙ୍କା ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଜଷ୍ଟିସ୍ ବର୍ମାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ମିଳିବା ଖବର ପାଇବା ପରେ ସିଜେଆଇ ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ସୁପ୍ରିମକୋର୍ଟ କଲେଜିୟମ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିବାକୁ ନିଷ୍ପତ୍ତି ନେଇଛନ୍ତି।

- Advertisement -

କୁହାଯାଉଛି ଯେ, ଯେଉଁ ସମୟରେ ଘରେ ନିଆଁ ଲାଗିଲା ଓ ଟଙ୍କା ଜବତ ହେଲା, ସେ ସମୟରେ ଜଷ୍ଟିସ୍‌ ଯଶୱନ୍ତ ବର୍ମା ସହରରେ ନଥିଲେ। ନିଆଁ ଲାଗିଥିବା ନେଇ ତାଙ୍କ ପରିବାର ଲୋକେ ଅଗ୍ନିଶମ ବାହିନୀ ଏବଂ ପୁଲିସକୁ ଫୋନ୍ କରିଥିଲେ। ନିଆଁ ଲିଭାଇବା ପରେ ଅଗ୍ନିଶମ କର୍ମଚାରୀମାନେ ବଙ୍ଗଳାର ଏକ କୋଠରୀ ଭିତରେ ବିପୁଳ ପରିମାଣର ନଗଦ ଟଙ୍କା ପାଇଥିଲେ। ଏହାପରେ ରେକର୍ଡ ବୁକରେ ହିସାବ ବାହାରେ ଟଙ୍କା ମିଳିଥିବା ନେଇ ଏକ ସରକାରୀ ରେକର୍ଡ ପଞ୍ଜିକୃତ ହୋଇଥିଲା। ଘଟଣା ବିଷୟରେ ସିଜେଆଇଙ୍କୁ ଅବଗତ କରାଯିବା ପରେ କଲେଜିୟମ ବୈଠକରେ ପ୍ରଥମେ ତାଙ୍କୁ ଆହ୍ଲାବାଦ ପଠାଇବାକୁ ସୁପାରିଶ କରାଯାଇଛି।

ସୂଚନାଯୋଗ୍ୟ, ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ଅକ୍ଟୋବର ୨୦୨୧ରେ ଆହ୍ଲାବାଦରୁ ଦିଲ୍ଲୀ ହାଇକୋର୍ଟକୁ ପଠାଯାଇଥିଲା। ଏବେ ତାଙ୍କୁ ପୁଣି ଆହ୍ଲାବାଦକୁ ବଦଳି କରିବାକୁ ଏବଂ ତାଙ୍କ ବିରୋଧରେ ତଦନ୍ତ ଓ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା ବିଷୟରେ ଆଲୋଚନା ହେଉଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories