www.samajalive.in
Wednesday, December 10, 2025
15.1 C
Bhubaneswar

ଦାରିଙ୍ଗବାଡି ୪.୫, ଫୁଲବାଣୀରେ ୩.୫ ଡିଗ୍ରୀ; ୧୦ ଡିଗ୍ରୀ ତଳେ ରାଜ୍ୟର ୧୭ଟି ସ୍ଥାନର ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର: ଭୀଷଣ ଜାଡରେ ଥରୁଛି ସାରା ଓଡ଼ିଶା। ବିଶେଷକରି ଦାରିଙ୍ଗବାଡି କ୍ରମାଗତ ଭାବରେ କିଛିଦିନ ହେଲା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ହୋଇଛି। ସେଠାରେ ରାତିର ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ ମଙ୍ଗଳବାର ରାତିରେ ଫୁଲବାଣୀର ତାପମାତ୍ରା ୩.୬ ଡିଗ୍ରୀକୁ ଖସିଆସିବା ସହିତ ଏହା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ହୋଇଛି। ସେହିଭଳି ରାଜ୍ୟର ୧୭ଟି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ କମ୍‍ ରେକର୍ଡ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଟିଟିଲାଗଡରେ ରାତିର ସର୍ବନିମ୍ନ ତାପମାତ୍ରା ୬.୫, ସୋନପୁର ୬.୪, ବଉଦ ୮, କେନ୍ଦୁଝର ୬.୪, ଝାରସୁଗୁଡା ୬, ଅନୁଗୁଳ ୮, ଭବାନିପାଟଣା ୬.୮ ଏବଂ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିଭଳି କଟକ ୧୦.୬, ଭୁବନେଶ୍ୱର ୧୦.୧, ସମ୍ବଲପୁର ୮.୬, ସୁନ୍ଦରଗଡ ୬, ତାଳଚେର ୯ ଓ ବଲାଙ୍ଗିରରେ ରାତିର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ରହିଥିଲା। ଏହାବ୍ୟତୀତ ମାଲକାନଗିରି ୧୧, ନୟାଗଡ ୯, ଛତ୍ରପୁରରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories