www.samajalive.in
Sunday, December 14, 2025
17.1 C
Bhubaneswar

ଗଞ୍ଜେଇ ଚାଷ ମୋହରେ ଯୁବପିଢ଼ି

ଫୁଲବାଣୀ : ଆଦିବସୀ ବହୁଳ କନ୍ଧମାଳ ଜିଲାରେ କର୍ମନିଯୁକ୍ତି ଅଭାବ ରହିଛି। ଯଦ୍ବାରା ବହୁ ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଉ କେତେକ ଶିକ୍ଷିତ ଯୁବକ ଏବେ କର୍ମନିଯୁକ୍ତି ଅଭାବରୁ ସବୁଜ ଜହର କୁହାଯାଉଥିବା ବେଆଇନ ଗଞ୍ଜେଇ ଚାଷକୁ ଆପଣାଇଛନ୍ତି। ରୋଜଗାରର ପନ୍ଥା ନପାଇ ଯୁବକ/ଯୁବତୀଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ଗଞ୍ଜେଇ ଚାଷ​‌ରେ ମାତିଛନ୍ତି। ସମ୍ପୂର୍ଣ୍ଣ ବେଆଇନ ଏହି ଚାଷ ଉପରେ ରୋକ ଲଗାଇବାକୁ ପୁଲିସ ଓ ଅବକାରୀ ବିଭାଗ ଦୀର୍ଘଦିନ ହେଲା ଅଭିଯାନ ଚଳାଇଛନ୍ତି। ତଥାପି ଗଞ୍ଜେଇ ଚାଷ ଦିନ ଦିନକୁ ବଢିବାରେ ଲାଗିଛି। ଯେତେ କାଟିଲେ ବି ସରୁନି। ଅସଲ କଥା ହେଲା କରୋନଜନିତ ଲକଡାଉନ ଓ ସଟଡାଉନ ସମୟରେ ଘରକୁ ଫେରିଥିବା ପ୍ରବାସୀମାନେ କାମଧନ୍ଦା ନପାଇ ମାଫିଆଙ୍କ ପ୍ରରୋଚନାରେ ପଡି ଗଞ୍ଜେଇ ଚାଷ ପ୍ରତି ମନ ବଳାଇଛନ୍ତି। କମ୍ ପରିଶ୍ରମରେ ଅଧିକ ଲାଭ ଏବଂ ରାତାରାତି ଧନୀ ହେବାର ମୋହରେ ଯୁବଗୋଷ୍ଠୀ ଏହି ଚାଷ ପ୍ରତି ଦିନକୁ ଦିନ ଆସକ୍ତ ହେବାରେ ଲାଗିଛନ୍ତି।

ସମସ୍ତ ପ୍ରକାର କଡା ସୁରକ୍ଷା ସତ୍ତ୍ବେ ଗଞ୍ଜେଇ ଚାଷ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିପାରୁନି। ଫିରିଙ୍ଗିଆ ଅଞ୍ଚଳରୁ ଉତ୍ପାଦିତ କୋଟି କୋଟି ଟଙ୍କାର ଗଞ୍ଜେଇକୁ ବେଆଇନ ଭାବେ ଜିଲା ଏବଂ ରାଜ୍ୟ ବାହାରକୁ ଚାଲାଣ ଅନବରତ ହେଉଛି। ଏଣେ ଲଗାତାର ଭାବେ ପୁଲିସ ଓ ଅବକାରୀ ବିଭାଗ ଚଢଉ କରି ଏକର ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ କାଟି ସଫା କରୁଛନ୍ତି। ବହୁ ଲୋକ ଧରାପଡି ଜେଲ ମଧ୍ୟ ଯାଉଛନ୍ତି। ତଥାପି ଏହି ବେଆଇନ ଚାଷ ଦିନକୁ ଦିନ ହ୍ରାସ ପାଇବା ବଦଳେ ବଢିବାରେ ଲାଗିଛି। ସବୁଜ ଜହର କାରବାର ଏତେ ମାତ୍ରାରେ ବଢି ଯାଇଛି ଯାହାକୁ ବନ୍ଦ କରିବାରେ ପ୍ରଶାସନ ଓ ପୁଲିସ ନାକେଦମ ହୋଇ ପଡିଲେଣି। ଶହଶହ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହେଉଥିଲେ ମଧ୍ୟ ବନ ବିଭାଗ ଜାଣିପାରୁନଥିବା ପରିତାପର ବିଷୟ ।

- Advertisement -

ଗଞ୍ଜେଇ ଚାଷ କରାଯିବା ସମୟରେ ସଭିଏଁ ନିରବ ରହୁଛନ୍ତି। ଗଛ ପାକଳ ହେବା ସମୟରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସଫା ଅଭିଯାନ ଆରମ୍ଭ ହଉଛି। କୋଟିକୋଟି ଟଙ୍କାର ଗଞ୍ଜେଇ ଗଛକୁ ପୁଲିସ ଓ ଅବକାରୀ ବିଭାଗ ମିଳିମିଶି କାଟି ନଷ୍ଟ କରୁଛନ୍ତି। ଦୀର୍ଘଦିନ ହେଲା ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ବେଆଇନ ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଛି। ନିକଟରେ ମାଓବାଦୀଙ୍କ ସହିଦ୍‍ ସପ୍ତାହ ପାଳନ କାରଣରୁ ସେହି ଅଭିଯାନ କିଛିଦିନ ପାଇଁ ବନ୍ଦ ରହିବା ପରେ ଏବେ ପୁନର୍ବାର କଟା ଅଭିଯାନ ଆରମ୍ଭ ହୋଇଛି।

ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ ନିକଟରେ ୧୭୦୦ ଏକର ଜଙ୍ଗଲ ଜମିରେ ବେଆନ ଭାବେ ଲାଗିଥିବା ଗଞ୍ଜେଇ ଗଛକୁ ସମୂଳେ ନଷ୍ଟ କରାଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ଆନୁମାନିକ ମୂଲ୍ୟ ୧୭ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି। ଅବକାରୀ ବିଭାଗର ସହେଯାଗରେ ଫିରିଙ୍ଗିଆ ବ୍ଲକର ଜାଜେସପାଙ୍ଗା ପଞ୍ଚାୟତର ପଡିପାଙ୍ଗା, ନୂଆସାହି ,ପିଅନପଡା ଜଙ୍ଗଲ ଜମିରେ ଚଢଉ କରି ପ୍ରାୟ ୧୨୦ ଏକର ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛ ସବୁ କାଟି ନଷ୍ଟ କରିଦିଆଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ୨୦ ଲକ୍ଷ ଟଙ୍କା ହେବ। ଏ ସକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ୧୧୧ା୨୦ରେ ଏକ ମାମାଲା ମଧ୍ୟ ରୁଜୁ ହୋଇଛି। ପୁଲିସ ଓ ଅବକାରୀ ବିଭାଗରର କଡା ସୁରକ୍ଷା ବଳୟକୁ ଭେଦ କରି ବେଧଡକ ଭାବେ ଗଞ୍ଜେଇ ଚାଷ ଚାଲିଛି।

କଥା ଏତିକିରେ ସରିନି ମାଫିଆମାନେ ନିରୀହ ଆଦିବାସୀ ଯୁବକଙ୍କୁ ପ୍ରଲୋଭିତ କରି ଗଞ୍ଜେଇ ଚାଷକୁ ଅଧିକ ବ୍ୟାପକ କରିବାକୁ ଜଙ୍ଗଲ ଭିତରେ ପୋଖରୀ ଓ କେନାଲ ମଧ୍ୟ ଖୋଳାଇଛନ୍ତି। ଧାନଚାଷ ଭଳି ଏହି ଚାଷ ଏବେ ଜିଲାରେ ବ୍ୟାପିଛି। ତଥାପି ଜଙ୍ଗଲ ବିଭାଗର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠିଛି।

ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓଙ୍କ କହିବା ପ୍ରାକରେ ଗଞ୍ଜେଇ ଚାଷକ ବେଆଇନ ବୋଲି ଯୁବପିଢି ଜାଣିବା ସତ୍ତ୍ବେ ଏହି ଚାଷକୁ ଆପଣାଉଛନ୍ତି। ବାରମ୍ବାର ସଚେତନତାକୁ ମଧ୍ୟ ଗୁରୁତ୍ବ ଦିଆଯାଉନି। ସକରାତ୍ମକ ଚିନ୍ତାଧାରା ତ୍ୟାଗ କରି ନକରାତ୍ମକ ଦିଗ ପ୍ରତି ଯୁବଗୋଷ୍ଠୀ ଅଧିକ ଆକର୍ଷିତ ହେବାରେ ଲାଗିଛନ୍ତି। ଏହାକୁ ରୋକିବାକୁ ସମସ୍ତ ପ୍ରକାର ଉଦ୍ୟମ ଆଗକୁ ଜାରି ରହିବ ବୋଲି କହିଛନ୍ତି।

 

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories