www.samajalive.in
Monday, December 15, 2025
17.1 C
Bhubaneswar

ବିଜେଡ଼ିକୁ ପୂରିବ ୨୪ ବର୍ଷ: ଦଳର ହେବ ନବକଳେବର, ୨୦ରେ କାର୍ଯ୍ୟକାରିଣୀ, ୨୧ରେ ରାଜ୍ୟ ପରିଷଦ ବୈଠକ

ଆସନ୍ତା ୨୬ ତାରିଖରେ ଦଳ ପାଳିବ ୨୪ ତମ ଜନ୍ମ ଦିନ । ୨୩ ପୂରି ବିଜେଡ଼ିକୁ ପଶିବ ୨୪ । ଏଥିପାଇଁ ଆସନ୍ତା ୨୦ ତାରିଖରେ ଦଳ ଡ଼ାକିଛି କାର୍ଯ୍ୟକାରିଣୀ ବୈଠକ, ଦିନକ ପରେ ଅର୍ଥାତ ୨୧ ତାରିଖରେ ରାଜ୍ୟ ପରିଷଦ ବୈଠକ ବି ହେବ । କରୋନା କଟକଣା ଅନୁପାଳନ କରି ଦଳର ଜନ୍ମଦିନ ୨୬ ତାରିଖରେ ପାଳନ କରାଯିବ । ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ଅତନୁ ସବ୍ୟସାଚୀ ଓ ମୁଖ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ମିଳିତ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ସୂଚନା ।

ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଆଜି ଓଡ଼ିଶାର ବୃହତ୍ତମ ଓ ଏକ ନମ୍ବର ଦଳ ହୋଇପାରିବା ସହ ଭାରତବର୍ଷର ଏକ ଲୋକପ୍ରିୟ ଆଞ୍ଚଳିକ ଦଳରେ ପରିଣତ ହୋଇଛି । ଆସନ୍ତା ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସ । ଏହାର ଅବ୍ୟବହିତ ପୂର୍ବରୁ କାର୍ଯ୍ୟକାରିଣୀ ବୈଠକ ଏବଂ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ । ୨୦ ଓ ୨୧ ତାରିଖରେ କାର୍ଯ୍ୟକାରିଣୀ ଏବଂ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ଲାଗି ଦଳର ସଭାପତି ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଦଳର ସାଙ୍ଗଠନିକ ବିଷୟ ଠାରୁ ଆରମ୍ଭ କରି ରାଜନୈତିକ ଓ ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗ ଆଲୋଚିତ ହେବ । ସେହିପରି ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସ ଓଡ଼ିଶାର ସମସ୍ତ ନିର୍ବାଚନମଣ୍ଡଳୀ ଏବଂ ପୌରାଞ୍ଚଳସ୍ତରରେ ପାଳନ କରିବା ପାଇଁ ଦଳର ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

- Advertisement -

ଏହି ପରିପ୍ରେକ୍ଷୀରେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯିବା ସହ ଆଗାମୀ ଦିନ ପାଇଁ ଦଳର ରଣକୌଶଳ ନିର୍ଦ୍ଧାରଣ କରାଯିବ । ବିଭିନ୍ନ ଦୃଷ୍ଟିକୋଣରୁ ଏହି ଦୁଇଦିନିଆ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ସେହିପରି ୩୨ଟି ସାଙ୍ଗଠନିକ ଜିଲ୍ଲାରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ସଭ୍ୟ ସଂଗ୍ରହଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସଂକ୍ରାନ୍ତରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯିବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories