www.samajalive.in
Sunday, December 14, 2025
26.1 C
Bhubaneswar

ମୟୂରଭଞ୍ଜର ଯୁବ ଚିତ୍ରକର ସମରେନ୍ଦ୍ର ବେହେରାଙ୍କୁ ଟ୍ୱିଟ୍‍ ଜରିଆରେ ସାଧୁବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଶିମିଳିପାଳ ଜାତୀୟ ଉଦ୍ୟାନର ଏକ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି ଆଙ୍କି ଅଭିନବ ଉପାୟରେ ବେଆଇନ ଗଛକଟା ସମସ୍ୟା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୟୂରଭଞ୍ଜ ଜିଲ୍ଲାର ଯୁବ ଚିତ୍ରକର ସମରେନ୍ଦ୍ର ବେହେରାଙ୍କୁ ପ୍ରଂଶସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଭିନବ ଉପାୟରେ ବେଆଇନ ଗଛ କଟା ବିରୁଦ୍ଧରେ ସଚେତନତାର ବାର୍ତା ଦେବା ପାଇଁ ସମରେନ୍ଦ୍ରଙ୍କୁ ଟ୍ୱିଟ୍‍ ଜରିଆରେ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି।


ଶ୍ରୀ ପ୍ରଧାନ ଟ୍ୱିଟ୍‍ କରିଛନ୍ତି ଯେ “ଜନଜାତି ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା ଅଭିନବ ଉପାୟରେ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତିଛବି ଆଙ୍କି ଜଙ୍ଗଲ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତା ଦେବା ଖୁସିର ବିଷୟ। ଏଥିପାଇଁ ସମରେନ୍ଦ୍ରଙ୍କୁ ସାଧୁବାଦ”। “ଜଣେ ଜନନାୟକଙ୍କ ବୃହତ ଦୃଷ୍ଟିକୋଣ ନାଗରିକ ମାନଙ୍କୁ ପ୍ରଭାବିତ କଲେ ଏପରି ଦେଖିବାକୁ ମିଳିଥାଏ । ପରିବେଶ ସୁରକ୍ଷା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ତାଙ୍କୁ ବିଶ୍ୱରେ ବ୍ରାଣ୍ଡ୍‍ ଆମ୍ବାସଡ଼ର ଭାବେ ପରିଚିତ କରାଇଛି। ତୃଣମୂଳ ସ୍ତରରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଅଭିନବ ଉପାୟରେ ସଚେତନତା ତିଆରି କରାଯିବା ଆନନ୍ଦର ବିଷୟ”।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories