www.samajalive.in
Sunday, December 14, 2025
14.1 C
Bhubaneswar

ସମ୍ବଲପୁର ରାସ୍ତାରେ ପୁଣି ରକ୍ତଛିଟା: ଗୋଡ଼େଇ ଗୋଡ଼େଇ ଭୀମସେନ ଗୁରୁଙ୍କୁ ହତ୍ୟା, ସପ୍ତାହକ ମଧ୍ୟରେ ଦ୍ବିତୀୟ ହତ୍ୟାଘଟଣା

ସମ୍ବଲପୁର : ସମ୍ବଲପୁର ସହରରେ ଅପରାଧୀ ମାନେ ନିର୍ଭୟ ହୋଇଯାଇଥିବାରୁ ଏକ ସପ୍ତାହ ମଧ୍ୟରେ ୨ଟି ହତ୍ୟାକାଣ୍ଡ ଘଟିଲାଣି । ରବିବାର ରାତି ୮ ଟାରେ ସମ୍ବଲପୁର ସହରରେ ପୁଣି ଏକ ହତ୍ୟାକାଣ୍ଡ ଘଟିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସନ୍ଧ୍ୟା ୮ଟା ସମୟରେ ଟାଉନ୍ ଥାନା ଅନ୍ତର୍ଗତ ସଞ୍ଜିବନୀ ନର୍ସିଂହୋମ୍ ନିକଟରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୁଦିପଡ଼ାର ମିଟୁ ଓରଫ ଭୀମସେନ ଗୁରୁ (୪୫)ଙ୍କୁ ଭୁଜାଲି ମାଡ଼ କରି ହତ୍ୟା କରାଯାଇଛି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମିଟୁଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମିଟୁଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଟାଉନ୍ ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅପରାଧୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମିଟୁ ।

ସୂଚନାଅନୁସାରେ  କିଛିଦିନ ହେଲା ଅନଗୁଳରୁ ଚାକିରୀ ଛାଡି ମାଆଙ୍କ ଦେହଖରାପ ଥିବାରୁ ସମ୍ବଲପୁର ଆସିଥିଲେ ଭୀମସେନ ଗୁରୁ। ଆଜି ସନ୍ଧ୍ୟା ୮ ଟା ସମୟରେ ମିଟୁ ନିଜର ଏକ ସହଯୋଗୀ ସହ ମିଶି ସଞ୍ଜିବନୀ ନର୍ସିଂହୋମ୍ ନିକଟସ୍ଥ ଏକ ଚାହା ଦୋକାନ ବସି ଚା’ ପିଉଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଏକ ଲୁହା ପାଇପ୍‌ରେ ମିଟୁ ମୁଣ୍ଡକୁ ପଛପଟୁ ଆକ୍ରମଣ କରିଥିଲେ। ମିଟୁ ତଳେ ପଡ଼ିଯିବା ପରେ ତାଙ୍କ ଛାତି, ପେଟ ଓ ବେକମୁଣ୍ଡାରେ ଭୁଜାଲି ମାଡ଼ କରି ଦୁର୍ବୃତ୍ତମାନେ କ୍ଷେତରାଜପୁର ରେଳ ଷ୍ଟେସନ୍ ପଟକୁ ଫେରାର୍ ମାରିଥିଲେ।

- Advertisement -

ହତ୍ୟାକାଣ୍ଡରୁ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ  ହତ୍ୟାକାରୀଙ୍କୁ ଶିଘ୍ର ଧରାଯିବା ସହ କଠୋର ଦଣ୍ଡ ଦିଆଯାଉ ବୋଲି ଭିମସେନଙ୍କ ଭାଇ ପ୍ରହଲ୍ଲାଦ ଗୁରୁ କହିଛନ୍ତି । ଅନ୍ୟପକ୍ଷେ ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ ନେଇ ହୋଇଥିବା ପୁଲିସ ଅନୁମାନ କରୁଛି। ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ତେବେ ସପ୍ତାହେ ମଧ୍ୟରେ ଦୁଇଟି ହତ୍ୟାକାଣ୍ଡ ଘଟିବା ଏବଂ ପ୍ରଥମ ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୁଲିସ ଏ ପର୍ଯ୍ୟନ୍ତ ଧରି ନଥିବା ବେଳେ ଏବେ ଦ୍ୱିତୀୟ ହତ୍ୟାକାଣ୍ଡ ତାହା ପୁଣି ଏକ ବ୍ୟସ୍ତତାମ ରାସ୍ତା କଡରେ ଘଟିବା ଯୋଗୁଁ ସହରବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories