www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧ ଜିଲା ବିଜେପି ପକ୍ଷରୁ ନଗର ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବୌଦ୍ଧ : ବୌଦ୍ଧ ଜିଲା ନଗର ମଣ୍ଡଳ ୧୦ର ପ୍ରଶିକ୍ଷଣ ଶିିବିର ମଣ୍ଡଳ ସଭାପତି ବ୍ୟୋମକେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲା ସଭାପତି ବିପ୍ରଚରଣ ମହାନ୍ତି ଅତିଥି ଭାବରେ ଯୋଗଦେଇ ବିଜେପି ଦଳର ନୀତି, ଲକ୍ଷ୍ୟ, ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ବିଜେପିର ସବକା ସାଥ ସବକା ବିକାଶ ଓ ସବକା ବିଶ୍ୱାସର ମୂଳ ମନ୍ତ୍ର ବୋଲି ପ୍ରକାଶ କରିଥିଲେ। ଜିଲାରେ ଦୁଇଦିନ ଧରି ହେବାକୁ ଥିବା ଏହି ଶିବିରିରେ ୧୦ ଗୋଟି ସତ୍ରରେ ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ପ୍ରଦାନ କରାଯାଇଛି। ଶିବିରର ପ୍ରଥମ ଦିନରେ ରାକେଶ କୁମାର ତ୍ରିପାଠୀ ଓ ବିକାଶ କୁମାର ମହାକୁଡ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅତିଥିଭାବେ ସୂର୍ଯ୍ୟକାନ୍ତ ଦଳବେହେରା ଓ ସନ୍ତୋଷ କୁମାର ଅଗ୍ରୱାଲା, ପୁର୍ବତନ ସେନାନୀ କାର୍ତ୍ତିକ ତ୍ରିପାଠୀ ଯୋଗଦେଇ ଦଳକୁ କିପରି ଶକ୍ତିଶାଳି କରିହେବ ଏନେଇ ଆଲୋକପାତ କରିଥିଲେ। ଦଳର ପୁର୍ବତନ ଜିଲା ସଭାପତି ଅଞ୍ଜନ କୂମାର ସାହୁ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ଦଳର ବରିଷ୍ଠ ନେତା ମନୋରଞ୍ଜନ ଦାଶ, ତାପସ କୁମାର ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର, ସତ୍ୟାନନ୍ଦ ପାଣ୍ଡେ, ଶ୍ୟାମସୁନ୍ଦର ପୁରୋହିତ, ନମିତା ରାଣୀ ଦାଶ ଓ ନିବେଦିତା ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories