www.samajalive.in
Sunday, December 7, 2025
26.1 C
Bhubaneswar

ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ସଂଗ୍ରହ

ଫୁଲବାଣୀ: ଦେଶ ମାତୃକା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଯୋଗଉଥିବା ଯବାନ ମାନଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଏବିଭିପି ପକ୍ଷରୁ ଜିଲାର ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରୁ ରାକ୍ଷୀ ଓ ଶୁଭେଚ୍ଛା ଚିଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଗତ ଦିନରେ ଏନେଇ ଏକ ବୈଠକ ପରେ ଆଜି ଠାରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି ଏବିଭିପିର କର୍ମକର୍ତ୍ତା ମାନେ । ଫୁଲବାଣୀ ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ଓ ଚକାପାଦ ବ୍ଳକର ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବହୁ ଛାତ୍ରୀ ମାନଙ୍କ ଠାରୁ କର୍ମକର୍ତ୍ତା ମାନେ ରାକ୍ଷୀ ଓ ଶୁଭେଚ୍ଛା ଚିଠି ସଂଗ୍ରହ କରିଛନ୍ତି । ଆଗାମୀ ଦିନରେ ଜିଲାର ଅନ୍ୟ ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରୁ ଏହି ରାକ୍ଷୀ ଓ ଶୁଭେଚ୍ଛା ଚିଠି ସଂଗ୍ରହ ପରେ ଯବାନ ମାନଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ ବୋଲି କୁହାଯାଇଛି । ଏବିଭିପିର ଏଭଳି ଅଭିଯାନରେ ବହୁ ଛାତ୍ରୀ ମାନେ ସାମିଲ୍‌ ହୋଇ ସୀମାରେ ଥିବା ଯବାନ ମାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ଓ ଶୁଭେଚ୍ଛା ଚିଠି ପ୍ରେରଣ କରୁଥିବାର ଦେଖାଯାଇଛି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories