www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷା ଓ ଅନ୍ୟ ନିର୍ବାଚିତ ପ୍ରତିନିଧି

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ନବନିର୍ବାଚିତ ଲୋକ ପ୍ରତିନିଧି ମାନେ ନିଜନିଜ କାର୍ଯ୍ୟରେ ଯୋଗ ଦେବା ପରେ ଅଂଚଳର ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ପରିପ୍ରେକ୍ଷିରେ ମୋ ସରକାର ଅଧିନରେ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତରିତ କରାଯାଇଥିବା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା  ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଓ ଡିଣ୍ଡିରାଗାଁ ପଂଚାୟତ ମୁଖ୍ୟାଳୟ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି ଫିରିଙ୍ଗିଆ ବ୍ଲକ ଅଧକ୍ଷା ନମିତା କହଁରଙ୍କ ସହ ୧୩ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ନିଳଗିରି ଦିଗାଳ ଓ ଫିରିଙ୍ଗିଆ ପଂଚାୟତର ସମିତିସଭ୍ୟା ମୈାସୁମୀ ପ୍ରଧାନ ।

ଏହି ପ୍ରତିନିଧିମାନେ ବିଦ୍ୟାଳୟ ପରିଦର୍ଶନ ସମୟରେ କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ପାତ୍ର ଏବଂ ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଉଭୟ ସ୍କୁଲ ର ଭିତିଭୂମିର ବିକାଶ , ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଏବଂ ସ୍କୁଲରେ ଥିବା ବିଭିନ୍ନ ଆନୁସାଙ୍ଗିକ ସୁବିଧା ସୁଯୋଗ ବିଷୟରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଅନ୍ୟପଟେ ଫିରିଙ୍ଗିଆ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଆଉ ଦୁଇଟି ଅତିରିକ୍ତ ଶ୍ରେଣୀ କୋଠରି ସହିତ ବିଦ୍ୟାଳୟ ପରିସରରେ ପିଇବା ପାଣିର ଅସୁବିଧା ଉପରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଅନୁରୋଧ କରିଥିବା ବେଳେ ଆଦର୍ଶ ବିଦ୍ୟାଳୟରେ ଜଣେ ମାତ୍ର ୪ର୍ଥ ଶ୍ରେଣୀ କର୍ମଚାରୀ ଥିବା ଯୋଗୁଁ ବିଭିନ୍ନ କାର୍ଯ୍ୟପାଇଁ ନାନା ଅସୁବିଧା ଦେଖାଯାଉଛି ଓ ଏ ଦିଗରେ ପଦକ୍ଷେପ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇଥିଲେ । ଉଭୟ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଆଗାମୀ ଦିନରେ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ନିର୍ବାଚିତ ଲୋକ ପ୍ରତିନିଧିମାନେ ଗସ୍ତ ଅବସରରେ ପ୍ରକାଶ କରିଛନ୍ତି ।

Hot this week

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

Related Articles

Popular Categories