ସମସ୍ୟା ଘେରରେ ଡଡ଼ିଙ୍ଗିଆ ପଞ୍ଚାୟତବାସୀ; ସମାଧାନ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆ ବ୍ଳକ ଅନ୍ତର୍ଗତ ଡଡ଼ିଙ୍ଗିଆ ପଂଚାୟତରେ ଗତ ୫ ମାସ ହେଲା ହିତାଧିକାରୀ ମାନଙ୍କୁ କିରୋସିନି ମିଳିପାରୁନାହିଁ । ସମସ୍ୟା ନେଇ ଗ୍ରାମବାସୀ ମାନେ ଗ୍ରାମ ରୋଜଗାର ସହାୟକ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ପର‌୍ୟ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସମସ୍ୟାର ସମାଧାନ ହେଉନାହିଁ । ସେହିଭଳି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର‌୍ୟ୍ୟ କରିବନିମନ୍ତେ ମିଳୁଥିବା ଜବକାର୍ଡ କରାଇଦେବା ନାମରେ ପଂଚାୟତର ଗ୍ରାମ ରେଜାଗାର ସେବିକା ହିତାଧିକାରୀଙ୍କ ଠାରୁ ପ୍ରତି କାର୍ଡ ପିଛା ୭୫୦୦ ଟଙ୍କା ମାଗିଛନ୍ତି । ତାହା କେଉଁ ସରକାରୀ ନିୟମ ପ୍ରକାରେ ବୋଲି ପ୍ରଶ୍ନ କରିଛନ୍ତି ନିର୍ବାଚିତ ଲୋକ ପ୍ରତିନିଧିମାନେ ।

prayash

ସେହିଭଳି ଦୀର୍ଘଦିନ ହେଲା ଏହି ଯୋଜନାରେ କାର‌୍ୟ୍ୟକରିଥିବା ହିତାଧିକାରୀ ମାନେ ଆଜି ପର‌୍ୟ୍ୟନ୍ତ ସେମାନଙ୍କ ପ୍ରାପ୍ୟ ପାଇ ପାରୁନାହାନ୍ତି । ଏନେଇ ବ୍ଳକରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ । ପଂଚାୟତରର ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ଗ୍ରାମ ରୋଜଗାର ସେବକ ଓ ଗାଁ ସାଥି ନିୟୋଜିତ କରାଯାଇଥିଲେ ମଧ୍ୟ ସେମାନେ ପଞ୍ଚାୟତବାସୀଙ୍କର କୌଣସି କାର‌୍ୟ୍ୟକରିବାକୁ ଇଚ୍ଛା ପ୍ରକାଶ କରୁନଥିବାରୁ ତୁରନ୍ତ ଉଭୟଙ୍କୁ ଉକ୍ତ ପଂଚାୟତରୁ ବଦଳି କରିବା ପାଇଁ ଦାବି କରିଛନ୍ତି ଖୋଦ୍‌ ସରପଂଚ ଅଶୋକ ପ୍ରଧାନ ଓ ଅନ୍ୟ ସମସ୍ତ ୱାର୍ଡର ସଭ୍ୟ ଓ ସଭ୍ୟାମାନେ ।

ଯେଉଁ ପର‌୍ୟ୍ୟନ୍ତ ବଦଳି ହୋଇ ନାହିଁ, ସେ ପର‌୍ୟ୍ୟନ୍ତ ପଞ୍ଚାୟତରେ କୌଣସି ପ୍ରକାର ଉନ୍ନତି ହେବ ନାହିଁ ବୋଲି ମଧ୍ୟ ଚେତେଇ ଦେଇଛନ୍ତି ନିର୍ବାଚିତ ଲୋକ ପ୍ରତିନିଧିମାନେ । ସରପଂଚ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ୱାର୍ଡ଼ ମେମ୍ବର ସନାତନ ପ୍ରଧାନ , ଶ୍ରୀକାନ୍ତ ପ୍ରଧାନ , କିଶୋର ପ୍ରଧାନ , ସୁବସ୍ତିତରି ପ୍ରଧାନ , ଅର୍ଣ୍ଣପୂର୍ଣ୍ଣା ପ୍ରଧାନ , ସମିତି ପ୍ରଧାନ , ଅମିତା ପ୍ରଧାନ , ସୁଭଦ୍ରା ପ୍ରଧାନ ପ୍ରମୁଖ ଲିଖିତ ଭାବେ ଏହି ଦାବିପତ୍ର କନ୍ଧମାଳ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।

kalyan agarbati

Comments are closed.