www.samajalive.in
Sunday, December 7, 2025
26.1 C
Bhubaneswar

ଦୁତିପଡ଼ା ସମବାୟ ସମିତିର ସଭାପତି ହେଲେ ଇନ୍ଦ୍ରଦ୍ୟୁମ୍ନ ମଲ୍ଲିକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା  ବ୍ଳକ  ଅନ୍ତର୍ଗତ ଦୂତୀମେଣ୍ଡି ଠାରେ ଥିବା ଦୁତିପଡ଼ା ବହୁମୂଖୀ ସମବାୟ ସମିତି ଲିଃ କାର୍ଯ୍ୟାଳୟରେ  ଗୁରୁବାର  ଦିନ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ  ନିର୍ବାଚନ ଅଧିକାରୀ  ରାଧାକୃଷ୍ଣ ଆଚ।ରି  ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟ ସମିତିର ଶାଖା ପରିଚାଳକ  ଶ୍ରୀ ପଦୀପ କୁମାର ସେଠୀ ଉପସ୍ଥିତ ଥିଲେ । ଏଥିରେ  ସମିତିର  ୧୫ଜଣ   ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିବା ବେଳେ ଇନ୍ଦ୍ରଦ୍ୟୁମ୍ନ ମଲ୍ଲିକ ଏବଂ ହେମନ୍ତ କହଁର ସଭାପତି ପାଇଁ ପ୍ରାର୍ଥୀ ହୋଇଥିଲେ । ସେଥିମଧ୍ୟରୁ ଏକାଧିକ ଭୋଟ ପାଇ ଇନ୍ଦ୍ରଦ୍ୟୁମ୍ନ ମଲ୍ଲିକ ବିଜୟ ହୋଇ ନୂତନ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଶ୍ରୀ ଇନ୍ଦ୍ରଦ୍ଵିମ୍ନ ମଲିକ ନୂତନ  ସଭାପତି  ନିର୍ବାଚିତ ହେବାପରେ  ଚାଷୀମାନଙ୍କ ସହ ଉତ୍ତମ  ସମ୍ପର୍କ ରଖି ବିଭିନ୍ନ କୃଷି ଯନ୍ତ୍ରାଂଶ, ଉତ୍ତମ ବିହନ, ଋଣ ଯୋଗାଣ, ସାର  ପ୍ରଦାନ କରିବା  ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ସାହାଯ୍ୟ ସହଯୋଗ କରିବେ ବୋଲି କହିଛନ୍ତି  । ନବନିର୍ବାଚିତ ସଭାପତିଙ୍କୁ ସମବାୟ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇ ଉତ୍ତରୀୟ ପ୍ରଦାନ କରାଯାଇଛି  ।  ଏହି କାର୍ଯ୍ୟକ୍ରମରେ ସମବାୟୁ ସମିତିର ଶାଖା ପରିଚାଳକ ସମେତ ନିର୍ବାଚିତ ସଦସ୍ୟ, ସଦସ୍ୟା ଏବଂ ସମବାୟ ସମିତିର ସମସ୍ତ କର୍ମକର୍ତ୍ତା  ଉପସ୍ଥିତ ଥିଲେ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories