ଓଷ୍ଟାର ପ୍ରତିବାଦ ସମାବେଶ ଓ ଧାରଣା

ଫୁଲବାଣୀ : ୧୨ ଦଫା ଦାବି ନେଇ ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) କନ୍ଧମାଳ ସାଖା ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଦାବି ପ୍ରକାରେ, ଅନୁଦାନରୁ ବଞ୍ଚିତ ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ସହ ପେନସନ୍‌‌ ପ୍ରଦାନ କରିବା, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକ ସରକାରୀ କମରଣ , ୨୨୬ ରୁ ୩୯୯ ବିଦ୍ୟାଳୟ ଗୁଡ଼ିକୁ ସପ୍ତମ ବେତନ କମିଶନ ପ୍ରଦାନ, ଅବସର ବୟସ ସୀମା ୬୨ ବର୍ଷକ ବୁଦ୍ଧି କରିବା, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କର ୬ ବର୍ଷର ଅବଧିକୁ ନିୟମିତ ଚାକିରିରେ ଯୋଗ୍ୟ କରିବା ସହିତ ୬ଟି ଜାତୀୟ ଇନକମେଣ୍ଟ ପ୍ରଦାନ କରିବା ଆଜି ସଂଘ ପକ୍ଷରୁ ଦିଆଯାଇଥିବା ଦାବିପତ୍ର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ନିରୁପମା ଦୋରା ଗ୍ରହଣ କରିଥିଲେ। ଅନୁଷ୍ଠିତ ପ୍ରତିବାଦ ସମାବେଶ ଓ ଧାରଣାରେ ଜିଲା ସଭାପତି ଚତୁର୍ଭୁଜ ରାଉତ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକାରି ସଭାପତି ପ୍ରଫୁଲ କୁମାର ବିଶୋୟୀ, ଉପସଭାପତି ରଞ୍ଜନ କୁମାର ମିଶ୍ର , ରାଜ୍ୟ ପରିଷଦ ସଦସ୍ୟ ଗଣେଶ୍ୱର ଦଲାଇ, ଜିଲା ସାଧାରଣ ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁ, ନରେଶ ଚନ୍ଦ୍ର ସାମଲ ପ୍ରମୁଖ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ନେତା ସନ୍ତୋଷ କୁମାର ସାମନ୍ତରାୟ, ପଦ୍ମଚରଣ ମାନସିଂ, ରମେଶ ଚନ୍ଦ୍ର ମହାପାତ୍ର, ପ୍ରଭାତ କୁମାର ରଥ , ଅଭୟ କୁମାର ପ୍ରଧାନ, ପୁଷ୍ପାଞ୍ଜଳୀ ପଣ୍ଡା ଓ ଅନ୍ୟମାନେ ସହଯୋଗ କରିଥିଲେ। ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ଅର୍ଥ ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପ୍ରମୁଖ ସାଶାସନ ସଚିବ ଓ ଅନ୍ୟମାନଙ୍କ ଉଦେଶ୍ୟରେ ମଧ୍ୟ ପ୍ରଦାନ କରାଯାଇଛି।

Comments are closed.