ଫଟୋ ଲଗାଇବାରେ ସଠିକ୍ ନିୟମ ଓ ସ୍ଥାନ !

0

ଘରର ସୁନ୍ଦରତା ହେଉ ଅବା ପୂଜାପାଠ ଏବଂ କୌଣସି ସ୍ମୃତିକୁ ସାଇତି ରଖିବା ପାଇଁ ଆମେ ଘରେ ବିଭିନ୍ନ ପ୍ରକାର ଫଟୋ ବା ଚିତ୍ର ଲଗାଇଥାଉ । ଚିତ୍ର ଗୁଡିକ ରଙ୍ଗିନ ହେବା ସହ ବଡ ଓ ଛୋଟ ବି ହୋଇଥାଏ । ଏହା ସିଧାସଳଖ ପ୍ରଭାବ ଆମ ମନ ଉପରେ ପଡିଥାଏ । ଏହା ଦ୍ବାରା ମନକୁ ଭଲ ବା ଖରାପ କରିପା‌ରେ । ବେଳେ ଏହା ଭାଗ୍ୟକୁ ମଧ୍ୟ ପରିବର୍ତ୍ତନ କରିଥାଏ । ତେବେ ଆସନ୍ତୁ ଜାଣିବା ପୂଜା ବା ଉପସନା ଘରେ କେଉଁ ଫଟୋ ଲଗାଇବା ଉଚିତ୍ ।

ପୂଜା ଓ ଉପାସନା ପାଇଁ ଘରେ ଏହି ଫଟୋ ଲଗାନ୍ତୁ !
ଘରେ ପୂଜା ବା ଉପସନା ଦେବୀ, ଦେବତାଙ୍କ ଓ ନିଜ ଗୁରୁଙ୍କ ଫଟୋ ଲଗାନ୍ତୁ। ଫଟୋଟି ସ୍ପଷ୍ଟ ଓ ସଫା ହୋଇଥିବା ନିହାତି ଆବଶ୍ୟକ ।
ଏହି ଫଟୋ ଗୁଡିକୁ ପୂଜା ସ୍ଥାନ ବା କାର୍ୟ୍ୟ ସ୍ଥଳରେ ଲଗାନ୍ତୁ ।
ଆମ ଆଖି ସଳଖ ଉଚ୍ଚତାରେ ଫଟୋ ଗୁଡିକୁ ଲଗାଇବା ଉଚିତ୍ ।
ଏକା ସାଙ୍ଗରେ ବହୁତ ଫଟୋ ପୂଜା ପାଇଁ ଲଗାନ୍ତୁ ନାହିଁ ।
ଫଟୋର ରଙ୍ଗ ବା ଆକୃତି ଖରାପ ହୋଇଥିଲେ ତାହାକୁ ବଦଳାଇ ଦିଅନ୍ତୁ ।

ସମ୍ପର୍କରେ ମଧୁରତା ପାଇଁ ଶୟନ କକ୍ଷରେ ଲଗାନ୍ତୁ ଏହି ଫଟୋ !
ଶୟନ କକ୍ଷରେ ବିବାହ ସମୟର ଫଟୋ ଲଗାନ୍ତୁ । ପତି-ପତ୍ନୀଙ୍କ ଯୁଗଳ ଫଟୋ ଲଗାଇଲେ ଉତ୍ତମ ।
ମାତା, ପିତା ଓ ଭାଇ-ଭଉଣୀଙ୍କ ଫଟୋ ଉତ୍ତର ଦିଗରେ ଲଗାଇ ପାରିବେ ।
ଯଦି ଶୟନ କକ୍ଷରେ କୌଣସି ମୃତ ବ୍ୟକ୍ତିଙ୍କ ଫଟୋ ଲାଗାଇବାକୁ ଚାହଁନ୍ତି ତେବେ ଦକ୍ଷିଣ ଦିଗରେ ଲଗାନ୍ତୁ ।
ଘରର ଡାଇନିଙ୍ଗରେ ସମସ୍ତ ପରିବାର ଲୋକଙ୍କ ମିଳିତ ଫଟୋ ଲଗାଇବା ଲାଭଦାୟକ ଅଟେ ।

ଅଲଗା ଅଲଗା କାମନା ତଥା ଉଜ୍ବଳ ଭାଗ୍ୟ ପାଇଁ ଲଗାନ୍ତୁ ଏହି ଫଟୋ !
ଡାଇନିଙ୍ଗ ରୁମ ବା ମୁଖ୍ୟ ଦ୍ବାର ନିକଟରେ ଫୁଲ ବା ପାଣିର ଚିତ୍ର ଲଗାନ୍ତୁ ।
ଆର୍ଥିକ ସ୍ଥିତି ସୁଦୃଢ ପାଇଁ ପୂଜା ସ୍ଥାନରେ ବସିଥିବା ଲକ୍ଷ୍ମୀଙ୍କ ଚିତ୍ର ଲଗାନ୍ତୁ ।
ସନ୍ତାନ ପ୍ରାପ୍ତି ନିମନ୍ତେ ପଦ୍ମ ଫୁଲ ଓ ଗାଈର ଚିତ୍ର ଶୟନ କକ୍ଷରେ ଲଗାନ୍ତୁ ।
ଉତ୍ତମ ସ୍ବାସ୍ଥ୍ୟ ପାଇଁ କର୍ମ ସ୍ଥାନରେ ଉଦୟ ହେଉଥିବା ସୂର୍ୟ୍ୟର ଚିତ୍ର ଲଗାନ୍ତୁ ।
ସବୁ ପ୍ରକାର କଷ୍ଟର ବିନାଶ ପାଇଁ ପୂଜା ସ୍ଥାନରେ ଭଗବାନ୍ ଶିବ ବା କୃଷ୍ଣଙ୍କ ଆଶୀର୍ବାଦ ମୁଦ୍ରା ଥିବା ଫଟୋ ଲଗାନ୍ତୁ ।

ଫଟୋ ଲଗାଇବା ସମୟରେ ଆପଣାନ୍ତୁ ଏହି ସାମଧାନତା !
ଯଥା ସମ୍ଭବ ରଙ୍ଗିନ୍ ଓ ସୁନ୍ଦର ଫଟୋ ଲଗାନ୍ତୁ ।
ଜଙ୍ଗଲୀ ଜନ୍ତୁ, ନିଆଁ ବା କଣ୍ଟା ଥିବା କୌଣସି ଚିତ୍ର ଲଗାନ୍ତୁ ନାହିଁ ।
ଫଟୋକୁ ସଫା ରଖନ୍ତୁ ଏବଂ ଧୁଳି ଜମିବାକୁ ଦିଅନ୍ତୁ ନାହିଁ ।
ପୂଜା ଘରେ ପତି, ପତ୍ନୀ ଓ ପିଲାମାନଙ୍କ ଫଟୋ ଲଗାନ୍ତୁ ନାହିଁ । ସେହିପରି ଶୟନ କକ୍ଷରେ ଦେବୀ ଦେବତା ଚିତ୍ର ରଖନ୍ତୁ ନାହିଁ ।
ଘରେ ବହୁତ ଫଟୋ ରଖନ୍ତୁ ନାହିଁ, ଏହା ଦ୍ବାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

Leave A Reply