ଜିନ୍ନା ଭାରତର ବିଭାଜନ ଚାହୁଁ ନଥିଲେ: ଫାରୁକ

0

ଜାମ୍ମୁ: ଭାରତର ବିଭାଜନ ପୂର୍ବକ ମୁସଲମାନଙ୍କ ପାଇଁ ସ୍ୱତନ୍ତ୍ର ଦେଶ ଗଠନ କରିବାକୁ ମହମ୍ମଦ ଅଲ୍ଲୀ ଜିନ୍ନା ଚାହୁଁ ନ ଥିଲେ ବୋଲି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି। ଜିନ୍ନା ଚାହୁଁଥିଲେ ମୁସଲମାନ ଓ ଶିଖଙ୍କୁ ଭାରତରେ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରାଯାଉ। ମୁସଲମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ପାଇଁ ଜିନ୍ନାଙ୍କ ଦାବିକୁ ଭାରତର ନେତାମାନେ ଗ୍ରହଣ କରି ନଥିଲେ। ଫଳରେ ଜିନ୍ନା ମୁସଲମାନଙ୍କ ପାଇଁ ସ୍ୱତନ୍ତ୍ର ଦେଶ ପାକିସ୍ତାନ ଗଠନ କରିବାକୁ ଦାବି କରିଥିଲେ ବୋଲି ଫାରୁକ କହିଛନ୍ତି। ମୁସଲମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ପାଇଁ ଜିନ୍ନାଙ୍କ ଦାବିକୁ ସେତେବେଳର ଭାରତୀୟ ନେତା ଜବାହାରଲାଲ ନେହେରୁ, ମୌଲାନା ଆଜାଦ ଓ ସର୍ଦ୍ଦାର ପଟେଲଙ୍କ ଭଳି ନେତା ଗ୍ରହଣ କରି ନଥିଲେ ବୋଲି ଶନିବାର ଫାରୁକ କହିଛନ୍ତି। ସେ କହିଛନ୍ତି ଜିନ୍ନାଙ୍କ ଦାବିକୁ ଭାରତୀୟ ନେତାମାନେ ଅଗ୍ରାହ୍ୟ କରିବାରୁ ଦେଶର ବିଭାଜନ ପୂର୍ବକ ସ୍ୱତନ୍ତ୍ର ପାକିସ୍ତାନ ଗଠନ କରାଯାଇଥିଲା।

Leave A Reply