www.samajalive.in
Monday, December 15, 2025
26.1 C
Bhubaneswar

ମୁକ୍ତିଲାଭ କଲା ‘ପେଟ୍ଟା’ର ଟ୍ରେଲର

ମୁମ୍ବଇ : ରଜନୀକାନ୍ତଙ୍କ ଅଭିନୀତ ତାମିଲ ଚଳଚ୍ଚିତ୍ର ‘ପେଟ୍ଟା’ର ଟ୍ରେଲର ରିଲିଜ ହୋଇଛି। ଏଥିରେ ରଜନୀକାନ୍ତଙ୍କୁ ୯୦ଦଶକର ବେଶଭୂଷାରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କ ବ୍ୟତୀତ ନବାଜୁଦ୍ଦିନ ସିଦ୍ଦିକି, ତୃଷା, ବବି ସିମ୍‍ହା, ବିଜୟ ସେଥୁପଥୀ, ସିମରନ୍‍ ବଗ୍‍ଗାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ‘ପେଟ୍ଟା’ ଆସନ୍ତା ଜାନୁଆରୀ ୧୦ତାରିଖରେ ମୁକ୍ତିଲାଭ କରିବ।

ଏହା ରଜନୀକାନ୍ତଙ୍କ ୧୬୫ତମ ଚଳଚ୍ଚିତ୍ର। ନବାଜୁଦ୍ଦିନ ଚଳଚ୍ଚିତ୍ରର ଜଣେ ଅଭିନେତା ହୋଇଥିବାରୁ ବହୁତ ଖୁସି ଥିବା ଜଣାପଡ଼ିଛି। ଟ୍ରେଲରର ଅଧିକାଂଶ ଭାଗରେ କେବଳ ରଜନୀକାନ୍ତଙ୍କୁ ହିଁ ଦେଖିବାକୁ ମିଳିଛି। ନବାଜୁଦ୍ଦିନଙ୍କ ସ୍ୱଳ୍ପ ଝଲକ୍‍ ମଧ୍ୟ ଦେଖିବାକୁ ମିଳିଛି। ହେଲେ ଏହି ଝଲକରେ ସେ ତାଙ୍କ ଭୂମିକାକୁ ଖୁବ୍‍ ଭଲ ଭାବେ ଚିତ୍ରଣ କରିଛନ୍ତି। ଦର୍ଶକମାନଙ୍କୁ ‘ପେଟ୍ଟା’ ୧୯୮୦-୯୦ ମସିହାର ସମୟକୁ ମନେ ପକାଇଦେବ ବୋଲି କୁହାଯାଉଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories