ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଘୋଷି ର ବିଜେପି ବିଧାୟକ ହରି ନାରାୟଣ ରାଜବାହାର।
ହରିନାରାୟଣ କହିଛନ୍ତି ଯେ ୧୯୯୨ରୁ ରାମଲାଲା ଏକ ଟେଣ୍ଟ ତଳେ ଶୀତ, କାକର, ଖରା, ବର୍ଷାରେ ରହି ଆସିଛନ୍ତି। ବାସହୀନମାନଙ୍କୁ ଘର ଯୋଗାଇ ଦେବା ସରକାର ଓ ପ୍ରଶାସନ ଦାୟିତ୍ୱ ବହନ କରିଥିବାରୁ ଜିଲା ପ୍ରଶାସନ ରାମଲାଲାଙ୍କ ପାଇଁ ଘରଟିଏ ଯୋଗାଇ ଦେବା ଆବଶ୍ୟକ।
ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ରାମମନ୍ଦିର ନିର୍ମାଣ ପାଇଁ ଆରଏସ୍ଏସ୍, ବିଶ୍ୱ ହିନ୍ଦୁ ପରିଷଦ ଓ ଶିବସେନା ତତ୍ପର ଥିବା ବେଳେ ସୁପ୍ରିମକୋର୍ଟରେ ଏ ସମ୍ପର୍କିତ ମାମଲା ବିଚାରାଧୀନ ଥିବାରୁ କେନ୍ଦ୍ରର ବିଜେପି ସରକାର କୌଣସି ପଦକ୍ଷେପ ନେଇପାରୁନାହାନ୍ତି। ସାଧାରଣ ନିର୍ବାଚନକୁ ଆଉ ମାତ୍ର ତିନିଚାରିମାସ ବାକି ରହିଥିବାରୁ ସରକାର ଅଡ଼ୁଆରେ ପଡ଼ିଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶ୍ରୀରାମଙ୍କ ପାଇଁ ଘର ଦାବି କଲେ ବିଜେପି ବିଧାୟକ
Popular Categories



