କଣ୍ଟାବାଞ୍ଜି ବନମାଳୀ ପେଟ୍ରୋଲ ପମ୍ପରେ ଅନିୟମିତତା ଅଭିଯୋଗ

କଣ୍ଟାବାଞ୍ଜି -କଣ୍ଟାବାଞ୍ଜି ବଲାଙ୍ଗୀର ରାସ୍ତା ସଲଣ୍ଡି ଗାଁ ପାଖରେ ଥିବା ବନମାଳୀ ପେଟ୍ରୋଲ ପମ୍ପ ରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକ । ଅଭିଯୋଗ ଅନୁସାରେ ପେଟ୍ରୋଲ ପମ୍ପ ରେ ୫ଶହ ଟଙ୍କା ର ତେଲ ପକେଇଲେ ତାଠୁ କମ ତେଲ ଦେଉଥିବା ଅଭିଯୋଗ ହୋଇଛି । ଘଟଣା ପରେ ବନମାଳୀ ପେଟ୍ରୋଲ ପମ୍ପରେ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଏହାକୁ ନେଇ ପେଟ୍ରୋଲ ପମ୍ପର ମାଲିକ ଇଂଡିଏନ ଅଏଲ କମ୍ପାନୀର ଅଧିକାରୀଙ୍କୁ ଡାକି ଏହାର ସତ୍ୟତା ସ୍ଥାନୀୟ ଲୋକଙ୍କ ସାମ୍ନା ରେ ରଖିବା ପାଇଁ କହିଥିଲେ । ପେଟ୍ରୋଲ ଏବଂ ଡିଜେଲର ଡିସ୍ପେମସନ ମେସିନ ର ୪ଗୋଟି ନଜଳ ରେ ପରୀକ୍ଷା କଲା ପରେ ସଠିକ ଥିବା ଜଣାପଡିଛି । ଅନ୍ୟପକ୍ଷରେ ଏହି ପେଟ୍ରୋଲ ପମ୍ପର କାଗଜ ପତ୍ର ଠିକ ଥିବା ସହ କୌଣସି ତ୍ରୁଟି ନଥିବା କହିଛନ୍ତି କମ୍ପାନୀ ଅଧିକାରୀ ଓ ପେଟ୍ରୋଲ ପମ୍ପ ମାଲିକ । ଘଟଣା ସ୍ଥଳରେ ସଲଣ୍ଡି ସରପଙ୍କ ଜଗ ବେହେରା ସମେତ ଶତାଧିକ ଲୋକ ଉପସ୍ଥିତ ରହି ଏହାର ସତ୍ୟତା ଜାଣିଥିଲେ । ଏହି ପେଟ୍ରୋଲ ପମ୍ପ ନାଁ ରେ ଏକ ଅଭିଯୋଗ ବେଳପଡା ଥାନା ରେ ମଧ୍ୟ ଦିଆଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଉତ୍ତେଜନା ହେବ ବୋଲି ପେଟ୍ରୋଲ ପମ୍ପକୁ ବନ୍ଦ କିଛି ସମୟ କରିଦେବାକୁ କହିଥିଲେ ପୁଲିସ ଅଧିକାରୀ । ମଙ୍ଗଳବାର ପୁଲିସ ଏହାର ତଦନ୍ତରେ ବେଳପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା ପହଞ୍ଚି ପୁଣି ପେଟ୍ରୋଲ ପମ୍ପ ଖୋଳି ଥିବା ଜଣାପଡିଛି ।

Comments are closed.