www.samajalive.in
Monday, December 15, 2025
14.1 C
Bhubaneswar

ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଦେଶବାସୀଙ୍କୁ ନିବେଦନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ସକ୍ରିୟଭାବେ ଅଂଶଗ୍ରହଣ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମଥର ପାଇଁ ଭୋଟ ଦେଉଥିବା ଯୁବ ଭୋଟଦାତାମାନେ ବହୁ ସଂଖ୍ୟାରେ ଭୋଟ ଦେବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି ଏବଂ ଏଥରର ନିର୍ବାଚନରେ ସର୍ବାଧିକ ଭୋଟ ପଡିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ନିର୍ବାଚନ ଆୟୋଜନ ପାଇଁ ନିର୍ବାଚନ ଆୟୋଗଙ୍କ ଭୂମିକାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଦେଶର ବିକାଶ ଓ ସଶକ୍ତିକରଣ ପାଇଁ ସମସ୍ତଙ୍କର ଲକ୍ଷ୍ୟ ହେବ ବୋଲି କାମନା କରିଛନ୍ତି। ଇତି ମଧ୍ୟରେ ଅନ୍ୟ ସମସ୍ତ ରାଜନୈତିକ ଦଳଗୁଡିକ ପକ୍ଷରୁ ସପ୍ତଦଶ ଲୋକସଭା ନିର୍ବାଚନ ତାରିଖ ଘୋଷଣାକୁ ସ୍ୱାଗତ କରାଯାଇଛି। ବିଜେପି ଅଧ୍ୟକ୍ଷ ଅମିତ ଶାହା ଟ୍ୱିଟ କରି ନାଗରିକମାନଙ୍କୁ ବହୁଳ ସଂଖ୍ୟାରେ ଭୋଟ ଦେବାକୁ ଆହ୍ୱାନ ଦେଇ ଭାରତୀୟ ଗଣତନ୍ତ୍ରର ବାସ୍ତବତା ପ୍ରମାଣ କରିବାକୁ କହିଛନ୍ତି। ନିର୍ବାଚନ ତାରିଖ ଘୋଷଣାକୁ ସ୍ୱାଗତ କରି ଏଥିପାଇଁ ପ୍ରସ୍ତୁତ ଥିବା କଂଗ୍ରେସ କହିଛି। କଂଗ୍ରେସ କହିଛି, ଏଥର ସତ୍ୟର ବିଜୟ ହେବ। ସିପିଆଇଏମ(ଏମ)ର ସାଧାରଣ ସଚିବ ସୀତାରାମ ୟେଚୁରୀ କହିଛନ୍ତି, ଭାରତ ଭଳି ଧର୍ମ ନିରପେକ୍ଷ ଓ ଗଣତାନ୍ତ୍ରିକ ଦେଶରେ ନିର୍ବାଚନ କମିଶନ ସ୍ୱତନ୍ତ୍ର, ନିରପେକ୍ଷ ଓ ସୁରକ୍ଷିତ ନିର୍ବାଚନ ପାଇଁ ପଦକ୍ଷେପ ନେବେ। କୋଟି କୋଟି ସଂଖ୍ୟାରେ ଶ୍ରମିକ, ଗରିବ, କୃଷକ, ମହିଳା ଏବଂ ଯୁବ ଭୋଟର ନିର୍ବାଚନରେ ଭାଗ ନେଉଥିବାରୁ ଶାନ୍ତିପୂର୍ଣ ନିର୍ବାଚନ ଆବଶ୍ୟକ ବୋଲି କହିଛନ୍ତି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏକତା ପାଇଁ ଭୋଟଦାନ ଉପରେ ଗୁରୁତ୍ୱ ଦେଇଥିବା ବେଳେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକମାନେ ଗଣତନ୍ତ୍ରର ଅସଲ ଶକ୍ତି ବୋଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories