ନିର୍ବାଚନ ଘୋଷଣା ପରେ କିଏ କ’ଣ କହିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ନିର୍ବାଚନ ଗଣତନ୍ତ୍ରର ଏକ ଉତ୍ସବ, ଏବେ ସେ ସମୟ ଆସିଯାଇଛି। ମୁଁ ପ୍ରଥମ ଥର ଭୋଟ୍ ଦେଉଥିବା ମତଦାତାଙ୍କୁ ଅନୁରୋଧ କରୁଛି, ସେମାନେ ରେକର୍ଡ ସଂଖ୍ୟାରେ ଭୋଟ୍ ଦିଅନ୍ତୁ।
ଅମିତ ଶାହ: ୧୭ତମ ଲୋକସଭା ପାଇଁ ନିର୍ବାଚନ ଘୋଷଣାକୁ ଆମେ ସ୍ୱାଗତ କରୁଛୁ। ମୁଁ ଭାରତବାସୀଙ୍କୁ ଆହ୍ୱାନ କରିବାକୁ ଚାହୁଁଛି, ରେକର୍ଡ ସଂଖ୍ୟାରେ ଭୋଟ୍ ଦିଅନ୍ତୁ ଏବଂ ଭାରତୀୟ ନିର୍ବାଚନୀ ପ୍ରକ୍ରିୟାର ଗୁରୁତ୍ୱ ବୃଦ୍ଧି କରନ୍ତୁ।
ମାୟାବତୀ: କୋଟି କୋଟି ସଂଖ୍ୟାରେ ଶ୍ରମିକ, ଗରିବ, କୃଷକ, ମହିଳା ଏବଂ ଯୁବ ଭୋଟର ନିର୍ବାଚନରେ ଭାଗ ନେଉଥିବାରୁ ଶାନ୍ତିପୂର୍ଣ ନିର୍ବାଚନ ଆବଶ୍ୟକ।
ଓମାର ଅବଦୁଲ୍ଲା: ୧୯୯୬ ପରଠାରୁ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ଠିକ୍ ସମୟରେ ନିର୍ବାଚନ ହେଉନାହିଁ।
ମେହବୁବା ମୁଫ୍ତି: ଜମ୍ମୁ-କଶ୍ମୀରରେ ନିର୍ବାଚନ ପାଇଁ ନିଷ୍ପତ୍ତି ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ସ୍ପଷ୍ଟ ହୋଇଛି। ଲୋକଙ୍କୁ ସରକାର ଗଢ଼ିବାକୁ ନଦେବା ଗଣତନ୍ତ୍ର ବିରୋଧୀ।
ଯୋଗୀ ଆଦିତ୍ୟନାଥ: ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିବା ସହିତ ଗଣତନ୍ତ୍ରର ମହାକୁମ୍ଭ ଆରମ୍ଭ ହୋଇଛି।
କଂଗ୍ରେସ: ନିର୍ବାଚନ ତାରିଖ ଘୋଷଣାକୁ ସ୍ୱାଗତ କରୁଛୁ। ଏଥିପାଇଁ ଆମେ ପ୍ରସ୍ତୁତ। ଏଥର ସତ୍ୟର ବିଜୟ ହେବ।
ସୀତାରାମ ୟେଚୁରୀ: ଭାରତ ଭଳି ଧର୍ମ ନିରପେକ୍ଷ ଓ ଗଣତାନ୍ତ୍ରିକ ଦେଶରେ ନିର୍ବାଚନ କମିଶନ ସ୍ୱତନ୍ତ୍ର, ନିରପେକ୍ଷ ଓ ସୁରକ୍ଷିତ ନିର୍ବାଚନ ପାଇଁ ପଦକ୍ଷେପ ନେବେ।
ଅଖିଳେଶ ଯାଦବ: ଦେଶରେ ଏକତା ପାଇଁ ଭୋଟଦାନ ଏକ ଗୁରୁତ୍ୱପୁର୍ଣ ପ୍ରକ୍ରିୟା, ଲୋକମାନେ ଗଣତନ୍ତ୍ରର ଅସଲ ଶକ୍ତି।