www.samajalive.in
Tuesday, December 9, 2025
15.1 C
Bhubaneswar

ଜୁଲାଇ ମାସରୁ ଅନ୍‍ଲାଇନ୍‍ ପେନ୍‍ସନ ଆବେଦନ କରିବାକୁ ପଡ଼ିବ: ଉପ-ମହାଲେଖାକାର

ଫୁଲବାଣୀ: ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଓଡ଼ିଶା, ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ, ଓଡ଼ିଶା ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଦୁଇଦିନିଆ କନ୍ଧମାଳ ଜିଲ୍ଲା ପେନ୍‍ସନ ଅଦାଲତ ଆଜି ଶେଷ ହୋଇଛି। ବରିଷ୍ଠ ଉପ-ମହାଲେଖାକାର ଶ୍ରୀରାଜ ଅଶୋକ ଆସନ୍ତା ଜୁଲାଇ ମାସରୁ ଅନ୍‍ଲାଇନ୍‍ ପେନ୍‍ସନ ଆବେଦନ କରିବାକୁ ପଡ଼ିବ ବୋଲି ଦର୍ଶାଇଥିଲେ। ଏଥିପାଇଁ ପେନ୍‍ସନ ମଞ୍ଜୁର ପ୍ରାଧିକରଣ ତଥା ଆହରଣ ବିତରକ ଅଧିକାରୀ( ଡି.ଡି.ଓ)ମାନଙ୍କୁ ସଚେତନ କରାଇବା ଏହି ଅଦାଲତର ମୂଳ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ। ଅନ୍‍ଲାଇନ୍‍ ମାଧ୍ୟମରେ କିଭଳି ତ୍ରୁଟିଶୂନ୍ୟ ଭାବେ ଏ.ଜି. କାର୍ଯ୍ୟାଳୟକୁ ଆବେଦନ ପତ୍ର ପଠାଯାଇପାରିବ ତା’ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସରକାରୀ କର୍ମଚାରୀ ତଥା ପେନ୍‍ସନରମାନଙ୍କ ଅବଗତି ନିମନ୍ତେ କେତେକ ସୂଚନା ପ୍ରଦାନ କରାଯାଇଥିଲା।

ଅବସର ଗ୍ରହଣର ୬ ମାସ ପୂର୍ବରୁ ନିଜର ପେନ୍‍ସନ ଆବେଦନ ପତ୍ର ନିଜ କାର୍ଯ୍ୟାଳୟରେ ଦାଖଲ କରିବେ। ଅବସର ନେବା ପୂର୍ବରୁ ନିଜ ସର୍ଭିସ୍‍ ବୁକ୍‍ର ଅପ୍‍ଡେଟ୍‍ ଭେରିଫିକେସନ୍‍ କରାଇ ନେବେ। ଯାହାବି ଆଡ୍‍ଭାନ୍‍ସ ନେଇଥିବେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ପରିଶୋଧ କରି ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟରୁ କ୍ଲିୟରାନ୍ସ ସାର୍ଟିଫିକେଟ ହାସଲ କରିବେଏବଂ କମ୍ୟୁଟେସନ ଆବେଦନ ସମୟରେ ସର୍ବଦା ନିଜର ଦସ୍ତଖତ ସହ ତାରିଖ ଦେବେ। ସେହିପରି ପେନ୍‍ସନ ମଞ୍ଜୁର ପ୍ରାଧିକରଣ ତଥା ଡିଡିଓମାନଙ୍କ ଅବଗତି ନିମନ୍ତେ ମଧ୍ୟ କେତେଗୁଡ଼ିଏ ସୂଚନା ପ୍ରଦାନ କରାଯାଇଥିଲା। ସରକାରୀ କର୍ମଚାରୀ ଅବସର ନେବାର ତିନି ମାସ ପୂର୍ବରୁ ପେନ୍‍ସନ ପେପର ପ୍ରଧାନ ମହାଲେଖାକାରଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରିବା ଆବଶ୍ୟକ। ସମ୍ପୂର୍ଣ୍ଣ ଗ୍ରାଚୁଇଟି ଟଙ୍କା ପାଇବା ପାଇଁ ପେନ୍‍ସନ ପେପର ସହ ଏନ୍‍.ଡି.ସି(ନୋ ଡ୍ୟୁଜ୍‍ ସାର୍ଟିଫିକେଟ୍‍)ନିଶ୍ଚୟ ସଂଲଗ୍ନ କରିବେ। ଶେଷ ଏକ ବର୍ଷ କାର୍ଯ୍ୟକାଳର ଏନ୍‍.ଡି.ସି. ଉଦ୍ଦିଷ୍ଟ କାର୍ଯ୍ୟାଳୟରୁ ଯଥା ସମୟରେ ସଂଗ୍ରହ କରିନେବେ। ଆସନ୍ତା ଦୁଇ ବର୍ଷ ଭିତରେ ଅବସର ନେଉଥିବା କର୍ମଚାରୀଙ୍କର ଏକ ତାଲିକା ପ୍ରତିବର୍ଷ ଜୁଲାଇ ଏକ ତାରିଖ ସୁଦ୍ଧା ପ୍ରସ୍ତୁତ କରିବେ ଏବଂ ତାହାର ଏକକିତା କପି ପ୍ରଧାନ ମହାଲେଖାକାରଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରିବେ। ଗୁରୁବାର ୧୧ ଜଣଙ୍କର ଗ୍ରାଚୁଇଟ୍‍ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ଓ ବରିଷ୍ଠ ଉପ-ମହାଲେଖାକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବାବେଳେ ଆଜି ଆଗତ ହୋଇଥିବା ୩୯ ଗୋଟି ଗ୍ରାଚୁଇଟି ମଧ୍ୟରୁ ୩୬ ଗୋଟି ଗ୍ରାଚୁଇଟ୍‍ ମଞ୍ଜୁର ହୋଇଥିଲା। ୧୬୪ଜଣ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ପେନ୍‍ସନ ଆବେଦନ ପତ୍ର ସଂକ୍ରାନ୍ତରେ ପେନ୍‍ସନ ଅଦାଲତରେ ଆଲୋଚନା କରାଯାଇଥିଲା। ସେଥିମଧ୍ୟରୁ ୧୩୯ଟି ନୂଆ ପେନ୍‍ସନ ଆବେଦନ ପତ୍ର ଏ.ଜି.କାର୍ଯ୍ୟାଳୟକୁ ଏକ ମାସ ମଧ୍ୟରେ ପଠାଇବାକୁ ପେନ୍‍ସନ ମଞ୍ଜୁର କର୍ତ୍ତାମାନେ ସମ୍ମତି ପ୍ରକାଶ କରିଥିଲେ। ତେବେ ଠିକ୍‍ ସମୟରେ ଅବେଦନ ପତ୍ରଗୁଡ଼ିକୁ ଏ.ଜି. କାର୍ଯ୍ୟାଳୟକୁ ପଠାଯିବା ପାଇଁ ପଦକ୍ଷେପ ନେବାକୁ ସେଠାରେ ଉପସ୍ଥିତ ପେନ୍‍ସନ ମଞ୍ଜୁର ପ୍ରାଧିକରଣ ତଥା ଡି.ଡି.ଓ. ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଉକ୍ତ ପେନ୍‍ସନ ଅଦାଲତରେ ସହକାରୀ ମହାଲେଖାକାର ମୁକୁଲ ଜାମଲୋକି ଓ ସୁଶ୍ରୀ ତାନ୍ୟା ଅମ୍ବାଷ୍ଠା, ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ, ବରିଷ୍ଠ ଲେଖା ଅଧିକାରୀ ସୁଶୀଲ କୁମାର ମିଶ୍ର ଓ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିବାବେଳେ ମହାଲେଖାକାର କାର୍ଯ୍ୟାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ(କଲ୍ୟାଣ) ପୁରୁଷୋତ୍ତମ ବଳ, ସହକାରୀ ଲେଖା ଅଧିକାରୀ କଲ୍ୟାଣ କୁମାର ପଣ୍ଡା, ଚନ୍ଦ୍ରଶେଖର ବେହେରା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ରବିନ୍‍ ଚର୍ଚ୍ଚିଲ୍‍ ମିଶ୍ର ସହଯୋଗ କରିଥିଲେ। ଜିଲ୍ଲାର ବହୁ ପେନ୍‍ସନ ଭୋଗୀ ଓ ସଂପୃକ୍ତ ପେନ୍‍ସନ ମଞ୍ଜୁର ପ୍ରାଧିକରଣ ତଥା ଡିଡିଓ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories