ଦୁଇଦିନିଆ କନ୍ଧମାଳ ଜିଲା ପେନ୍‍ସନ ଅଦାଲତ ଅନୁଷ୍ଠିତ; ପ୍ରଥମ ଦିନରେ ୫୦ ମାମଲା ଫଏସଲା

ଫୁଲବାଣୀ: ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଓଡ଼ିଶା, ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ, ଓଡ଼ିଶା ଏବଂ ଜିଲ୍ଲା ପ୍ରଶାସନ, କନ୍ଧମାଳଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଦୁଇଦିନିଆ କନ୍ଧମାଳ ଜିଲ୍ଲା ପେନ୍‍ସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ତାଙ୍କ ଉଦ୍‍ଘାଟନୀ ଅଭିଭାଷଣରେ କହିଲେଯେ, ଜିଲ୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କର ବକେୟା ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପାଇଁ ଯେତେଜଣବିଏଠାରେ ଉପସ୍ଥିତ ଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ଲୋକଙ୍କର ପେନ୍‍ସନ ମଞ୍ଜୁର କରିବା ପାଇଁ ଆଜିର ଏହି ଅଦାଲତ ଚେଷ୍ଟା କରିବ। ତେବେ ଆଦିବାସୀ ବହୁଳ ଜିଲ୍ଲା କନ୍ଧମାଳରେ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ପେନ୍‍ସନ ଅଦାଲତ କରାଯାଇଥିବାରୁ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ଏହାଦ୍ୱାରା ଗରିବ ପେନ୍‍ସନ ଭୋଗୀମାନେ ପେନ୍‍ସନ ମଞ୍ଜୁର ପାଇଁ ବାରମ୍ବାର ଭୁବନେଶ୍ୱର ଯାଇ ସମୟ ଅପଚୟ ଓ ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇପାରିବେ ବୋଲି ସେ କହିଥିଲେ।

prayash

ସମ୍ମାନୀତ ଅତିଥିଭାବେ ଯୋଗଦେଇ ବରିଷ୍ଠ ଉପ-ମହାଲେଖାକାର ଶ୍ରୀରାଜ ଅଶୋକ ଆସନ୍ତା ଜୁଲାଇ ମାସରୁ ଅନ୍‍ଲାଇନ୍‍ ପେନ୍‍ସନ ଆବେଦନ କରିବାକୁ ପଡ଼ିବ ବୋଲି ଦର୍ଶାଇଥିଲେ। ଏଥିପାଇଁ ପେନ୍‍ସନ ମଞ୍ଜୁର ପ୍ରାଧିକରଣ ତଥା ଆହରଣ ବିତରକ ଅଧିକାରୀ( ଡି.ଡି.ଓ.)ମାନଙ୍କୁ ସଚେତନ କରାଇବା ଏହି ଅଦାଲତର ମୂଳ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ। ଆଜିର ପେନ୍‍ସନ ଅଦାଲତରେ ୫୦ ଗୋଟି କେସ୍‍ ଶୁଣାଣୀ କରାଯାଇ ଅବସର କାଳୀନ ପ୍ରାପ୍ୟ ମଞ୍ଜୁର କରିବା ପାଇଁ ଆଦେଶ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ୧୧ ଜଣ ପେନ୍‍ସନର୍‍ଙ୍କୁ ଜିଲ୍ଲାପାଳ ଓ ବରିଷ୍ଠ ଉପ-ମହାଲେଖାକାରଙ୍କ ଦ୍ୱାରା ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯାଇଥିଲା। ଆସନ୍ତା କାଲି ୧୬୪ଜଣ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ପେନ୍‍ସନ ଆବେଦନ ପତ୍ର ସଂକ୍ରାନ୍ତରେ ପେନ୍‍ସନ ଅଦାଲତରେ ଆଲୋଚନା କରାଯିବ। ତେବେ ଠିକ୍‍ ସମୟରେ ଅବେଦନ ପତ୍ରଗୁଡ଼ିକୁ ଏ.ଜି. କାର୍ଯ୍ୟାଳୟକୁ ପଠାଯିବା ପାଇଁ ପଦକ୍ଷେପ ନେବାକୁ ସେଠାରେ ଉପସ୍ଥିତ ପେନ୍‍ସନ ମଞ୍ଜୁର ପ୍ରାଧିକରଣ ତଥା ଡି.ଡି.ଓ.ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଉକ୍ତ ପେନ୍‍ସନ ଅଦାଲତରେ ସହକାରୀ ମହାଲେଖାକାର ମୁକୁଲ ଜାମଲୋକି ଓ ସୁଶ୍ରୀ ତାନ୍ୟା ଅମ୍ବାଷ୍ଠା, ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ, ବରିଷ୍ଠ ଲେଖା ଅଧିକାରୀ ସୁଶୀଲ କୁମାର ମିଶ୍ର ଓ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନୀତ ଅତିଥିଭାବେ ଯୋଗଦେଇଥବାବେଳେ ଜିଲ୍ଲାର ବହୁ ପେନ୍‍ସନ ଭୋଗୀ ଓ ସଂପୃକ୍ତ ପେନ୍‍ସନ ମଞ୍ଜୁର ପ୍ରାଧିକରଣ ତଥା ଡି.ଡି.ଓ. ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ।

kalyan agarbati

Comments are closed.