ପୋଷା ମୟୁର ବାହାରେ ବୁଲିଲେ ଲକ୍ଷେଟଙ୍କା ଜରିମାନା, ଜାଣନ୍ତୁ ଏ ବିଷୟରେ

0

ଭିନ୍ନ ପ୍ରଜାତିର ପଶୁ ପକ୍ଷୀଙ୍କ ପ୍ରକୃତି ସମ୍ପୂ ର୍ଣ୍ଣ ଭାବେ ଭିନ୍ନ। କେବଳ ଯେ ମନୁଷ୍ୟମାନଙ୍କ ଠାରେ ଅସହିଷ୍ଣୁଦେଖାଯାଏ, ତା’ ନୁହେଁ। ବରଂ ପଶପକ୍ଷୀମାନେ ମଧ୍ୟ ଏ ତାଲିକାରେ ସାମିଲ। ନିକଟରେ କାନାଡାର ପ୍ରତ୍ୟେକ ପ୍ରାନ୍ତରେ ଘଟୁଥିବା ଏକ ବିଚିତ୍ର ଘଟଣାକୁନେଇ ସେଠା ଗଣମାଧ୍ୟମରେ ଜୋର୍ ଚର୍ଚ୍ଚା ଚାଲିଛି। କାନାଡା ନାଗରିକ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଘରେ ପାଳିବାର ନିୟମ ରହିଛି। ସ୍ଥାନୀୟ ଲୋକେ ମଧ୍ୟ ଖବ୍ ପଶୁ ପ୍ରେମୀ। ସେଠା ଲୋକେ ରଙ୍ଗବେରଙ୍ଗର ଶୁଆ ଓ ମୟର ପାଳିବାରେ ଅଧିକ ରୁଚି ରଖନ୍ତି। ଏବେ କାନାଡାରେ ନିୟମ ସାମାନ୍ୟ ପରବିର୍ତ୍ତନ ହୋଇଛି। ମୟୂର ଓ ଅନ୍ୟ ପ୍ରଜାତିର ପକ୍ଷୀମାନେ ରାସ୍ତାରେ  ସ୍ୱାଧୀନ ଭାବରେ ବିଚରଣ କରବିାର ନିୟମକୁ ଲୋକେ ଖୁବ୍ ଆଦରରେ ପାଳନ କରୁଛନ୍ତି । ତେବେ ଏହି ସୁବିଧା ମିଳିବା ପରେ ହିଁ ମୟୂରଙ୍କ ଅସହିଷ୍ଣୁତା ବଢଛି। କାରଣ କେତେକ ଗାଢ଼ ରଙ୍ଗର କାର୍‌ରେ ମୟୂରମାନେ ସେମାନଙ୍କ ପ୍ରତିଛବି ଦେଖି ହିଂସ୍ର ହୋଇ ଖୁ୍ବ ଜୋର୍‌ରେ ଶବ୍ଦ କରବିା ସହ ଥଣ୍ଟରେ କାର ଆକ୍ରମଣ କରୁଛନ୍ତି । ଏଭଳି ଗୋଟିଏ ମୟୂର ନୁହେଁ, ସମଗ୍ର କାନାଡାରେ ୨୦୦ରୁ ଅଧିକ ମୟୂରଙ୍କୁ ସମାନ ଆଚରଣ ପରିଲକ୍ଷିତ ହୋଇଛି। ଶାନ୍ତ ସ୍ୱଭାବର ଏହି ପକ୍ଷୀର ଉଗ୍ରତା ଏଭଳି ଭାବେ ସର୍ବ ସମ୍ମୁଖକୁ ଆସିଛି। ମୟରଙ୍କୂ ଏଭଳି ଅସହିଷ୍ଣୁତା କାରଣରୁସେଠାରେ କେତେକ ମର୍ସିଡିଜ୍ କାର୍‌ର ପଛ କାଚ ଭାଙ୍ଗିଯାଇଛି। ବାରମ୍ବାର କାର୍ ମାଲିକମାନେ ସେଠା ଥାନାରେ ଅଭିଯୋଗ ପରେ କର୍ତ୍ତୃପକ୍ଷଙ୍କ ପରାମର୍ଶରେ ମୟୂର ମାଲିକଙ୍କୁ ୧ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ପନୁଃ ନିୟମ ପ୍ରଣୟନ ହୋଇଛି ଯେ ପୋଷା ପକ୍ଷୀମାନେ ସର୍ବସାଧାରଣ ସ୍ଥାନରେ ବିଚରଣ କରିପାରିବେ ନାହିଁ।

Leave A Reply