୪ ମାସରେ ଦୁଇଗୁଣା ହେଲା ପେଟିଏମ୍ ଅଂଶଧନ
ନୂଆଦିଲ୍ଲୀ : ପେଟିଏମର ସେୟାର ଦାମ୍ ପୁଣି ବଢିଛି । ୪ ମାସରୁ କମ୍ ସମୟରେ ଏହି ସେୟାର ଦୁଇଗୁଣା ହୋଇସାରିଛି । ଶୁକ୍ରବାର ଏହା ୧୩ ପ୍ରତିଶତ ବୃଦ୍ଧି ସହିତ ୬୨୨ ଟଙ୍କାରେ ପହଞ୍ଚିଯାଇଛି । ପ୍ରାୟ ୭ ମାସର ପରେ ସେୟାର ୬୦୦ ସ୍ତର ଅତିକ୍ରମ କରିଛି । କମ୍ପାନୀକୁ ପେଟିଏମ୍ ପେମେଣ୍ଟ ସର୍ଭିସ ପାଇଁ ଡାଉନଷ୍ଟ୍ରିମ ନିବେଶର ମଞ୍ଜୁରି ମିଳିଯାଇଛି । ଏହା କମ୍ପାନୀ ପାଇଁ ଏକ ଖୁସି ଖବର । କହିରଖୁଛୁ ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମର ସେୟାର ଧରାଶାୟୀ ହୋଇଯାଇଥିଲା । ମେ ୯ ତାରିଖରେ ଷ୍ଟକ୍ ସର୍ବନିମ୍ନ ୩୧୦ରେ ପହଞ୍ଚିଥିଲା । ତେବେ ଶୁକ୍ରବାର ଏଥିରେ ୬୭ ଟଙ୍କା ବୃଦ୍ଧି ପାଇ ୬୨୨ ଟଙ୍କାରେ ପହଞ୍ଚିଛି ।
Comments are closed.