ଲଗାତାର କ୍ଷତି ସହୁଛି ପେଟିଏମ୍, ଏବେ ବନ୍ଦ କଲା ପୋଷ୍ଟପେଡ୍ ଋଣ ସେବା

ନୂଆଦିଲ୍ଲୀ : ଅନେକ ସମସ୍ୟା ଦେଇ ଗତି କରୁଥିବା ଫିନଟେକ୍ କମ୍ପାନୀ ପେଟିଏମ୍ ଏବେ ପୋଷ୍ଟପେଡ୍ ଲୋନ୍ ସେବାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ଲେଣ୍ଡର୍ସଙ୍କ ପାଇଁ ବ୍ୟକ୍ତିଗତ ଋଣ ଉପରେ କଲେକ୍ସନ ସେବା ମଧ୍ୟ ବନ୍ଦ କରିଦିଆଯାଇଛି । କମ୍ପାନୀ ଏବେ ଲୋନ୍ କେବଳ ଡିଷ୍ଟ୍ରିବ୍ୟୁସନ ଆଧାରିତ କ୍ରେଡିଟ୍ ମଡେଲ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଯୋଜନା କରୁଛି ।

ବର୍ତ୍ତମାନ ପେଟିଏମ୍ ବ୍ୟାଙ୍କ ଏବଂ ଏହାର ମୂଳ କମ୍ପାନୀ ଓ୍ବନ-୯୭ କମ୍ୟୁନିକେସନର ଆର୍ଥିକ ବର୍ଷ ୨୦୨୩-୨୪ର ଚତୁର୍ଥ ତ୍ରୈମାସିକରେ କ୍ଷତି ବୃଦ୍ଧି ପାଇ ୫୫୦ କୋଟି ଟଙ୍କା ହୋଇଯାଇଛି । ଗତ ବର୍ଷ ଏହି ଅବଧିରେ ଘାଟା ୧୬୭.୫ କୋଟି ଟଙ୍କା ଥିଲା ।  ପିପିବିଏଲ୍ କଟକଣା ଯୋଗୁଁ ଏଭଳି ହୋଇଥିବା କମ୍ପାନୀ ସୂଚନା ଦେଇଛି ।

prayash

ବିରାଟ କୋହଲିଙ୍କୁ ଧମକ, ୪ ଗିରଫ: ଅଭ୍ୟାସ ମ୍ୟାଚ୍ ବାତିଲ କଲା ଟିମ୍‌

କହିରଖୁଛୁ ଆରବିଆଇ ୧୫ ମାର୍ଚ୍ଚରୁ ବ୍ୟାପାରୀଙ୍କ ସହିତ ଗ୍ରାହକଙ୍କ ହିତକୁ ଧ୍ୟାନରେ ରଖି ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡ୍(ପିପିବିଏଲ୍)କୁ କୌଣସି ବି ଗ୍ରାହକଙ୍କ ଖାତା, ଓ୍ବାଲେଟ୍ ଏବଂ ପାଷ୍ଟ୍ୟାଗ୍ ଜମା, କ୍ରେଡିଟ୍ ନେଣଦେଣ ବା ଟପ୍-ଅପ ସ୍ବୀକାର କରିବାକୁ ରୋକି ଦେଇଥିଲା ।

Comments are closed.