www.samajalive.in
Monday, December 15, 2025
27.1 C
Bhubaneswar

ନିର୍ବାଚନ ପରିଚାଳନା ପ୍ରସ୍ତୁତି ସମୀକ୍ଷା କଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ

କେନ୍ଦୁଝରଗଡ଼଼: ଆସନ୍ତା ୨୫ ତାରିଖରେ କେନ୍ଦୁଝର ଜିଲରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବୁଧବାର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ କେନ୍ଦୁଝର ଗସ୍ତ କରି ନିର୍ବାଚନ ପରିଚାଳନା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ତ୍ରିପାଠୀ, ସ୍ୱତନ୍ତ୍ର ପୁଲିସ ପର୍ଯ୍ୟବେକ୍ଷକ ରଜନୀକାନ୍ତ ମିଶ୍ର ଓ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ହିମାଳିନୀ କାଶ୍ୟପ ଜିଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପରିଚାଳନା ନିମନ୍ତେ କରାଯାଇଥିବା ଚୂଡାନ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଅପରାହ୍ଣରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାରହଲରେ ଜିଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ମିନହାଜ ଆଲାମ, ଆଶିଷ ମୋଦି, ପୁଲିସ ପର୍ଯ୍ୟବେକ୍ଷକ ରୁପିନ୍ଦର ସିଂହ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ରାକେଶ କୁମାର ଦାସ, ଇନ୍ଦନ ଅଶୋକ କୁମାର, ରାଜ କମଲ ରଞ୍ଜନ ଓ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକରଙ୍କ ସମେତ ଜିଲାର ଅନ୍ୟ ସମସ୍ତ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲାପାଳ ଶ୍ରୀ ସିଂହ ଜିଲାର ନିର୍ବାଚନ ପରିଚାଳନା ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପରେ ପରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଗଣ ଜିଲାର ସମସ୍ତ ନୋଡାଲ ଅଧିକାରୀଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରି ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ମତଦାନ ଦିନ ୱେବ୍‌‌ କାଷ୍ଟିଂ ମାଧ୍ୟମରେ ବୁଥ ଗୁଡିକରେ ହେଉଥିବା କାର୍ଯ୍ୟକଳାପର ନିରୀକ୍ଷଣ, ସମ୍ବେଦନଶୀଳ ବୁଥ ଗୁଡିକରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ଓ ଯୋଗାଯୋଗ ସମସ୍ୟା ଥିବା ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା ଆପଣାଇବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିଲା। ସମ୍ଭାବ୍ୟ ଲଘୁଚାପଜନିତ ଝଡ଼ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କରିବାକୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପରାମର୍ଶ ଦେବା ସହ ନିର୍ବାଚନକୁ ଅବାଧ, ସ୍ୱଛ ଓ ନିରପେକ୍ଷ ଭାବେ ପରିଚାଳନା କରିବାକୁ ସମସ୍ତ ଅଧିକାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଜିଲାର ସମସ୍ତ ଲାଇସେନ୍ସପ୍ରାପ୍ତ ମଦ ଦୋକାନକୁ ବୁଧବାର ପୂର୍ବାହ୍ନ ୧୦ରୁ ୨୫ ତାରିଖ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସିଲ୍‌‌ କରାଯାଇଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories