www.samajalive.in
Monday, December 15, 2025
27.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଆଇଆଇଏମ୍‌‌ଟି ମଧ୍ୟରେ ବୁଝାମଣାପତ୍ର ଚୁକ୍ତି ସ୍ୱାକ୍ଷରିତ

କେନ୍ଦୁଝରଗଡ଼଼: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝର ଏବୁଧବାର ବିଶ୍ୱବିଦ୍ୟାଳୟର ଉତ୍ତର ପରିସରରେ ଏକ ବୁଝାମଣାପତ୍ର ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳସଚିବ ନରେନ୍ଦ୍ର କୁମାର ସାହୁ ଏବଂ ଆଇଆଇଏମ୍‌‌ଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ରାମାନୁଜ ନାରାୟଣ ଉକ୍ତ ବୁଝାମଣାପତ୍ରରେ ଚୁକ୍ତି ସ୍ୱାକ୍ଷର କରିଥିବା ବେଳେ ଏହି ବୁଝାମଣାପତ୍ର ଆଗାମୀ ଦିନରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମଧ୍ୟରେ ଉଚ୍ଚତ୍ତର ଗବେଷଣା ଦିଗରେ ବିଶେଷ ସହାୟକ ହେବ ବୋଲି ଆଇଆଇଏମ୍‌‌ଟିର ନିର୍ଦ୍ଦେଶକ ପ୍ରଫେସର ନାରାୟଣ ତାଙ୍କ ବକ୍ତବ୍ୟରେ ଏହା କହିଥିଲେ। ଏତଦ୍‌‌ବ୍ୟତୀତ କେନ୍ଦୁଝରର ଖଣିଜ ସମ୍ପଦ ଉପରେ ଆଗାମୀ ଦିନରେ ନୂତନ ଗବେଷଣା ଦିଗରେ ଏହି ବୁଝାମଣାପତ୍ର ଫଳପ୍ରଦ ହେବ ବୋଲି ପ୍ରଫେସର ନାରାୟଣ କହିଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହାନ୍ତି ତାଙ୍କ ବକ୍ତବ୍ୟରେ ଏହି ବୁଝାମଣାପତ୍ର ବିଶ୍ୱବିଦ୍ୟାଳୟର ବିକାଶରେ ସହାୟକ ହେବବୋଲି ମତବ୍ୟକ୍ତ କରିଥିବା ବେଳେ ଆଇଆଇଏମ୍‌‌ଟିର ସହଯୋଗକୁ ସାଧୁବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ଆଇଆଇଏମ୍‌‌ଟି ଭୁବନେଶ୍ୱରର ମାନବସମ୍ବଳ ବିକାଶ ମୁଖ୍ୟ ପ୍ରଫେସର ଡି.ଏସ୍‌‌.ରାଓ, ମୁଖ୍ୟ ବୈଜ୍ଞାନିକ ଡ.ରତିରଞଜନ ନାୟକଙ୍କ ସମେତ ଧରଣୀଧର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଗଣ ଉପସ୍ଥିତ ଥିଲେ। ଉତ୍ସବ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଗବେଷଣା ଓ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଡ. ଶ୍ରୀଧର ସନ୍ୟାସୀ ସ୍ୱାଗତଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ କୁଳସଚିବ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଇଆଇଏମ୍‌‌ଟିର ନିର୍ଦ୍ଦେଶକ ପ୍ରଫେସର ନାରାୟଣ ଏହି ଅବସରରେ ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ଓ କୁଳସଚିବଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିିତ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories