www.samajalive.in
Monday, December 15, 2025
15.1 C
Bhubaneswar

ଆସିଲେନି ତାରକା ପ୍ରଚାରକ, ଜନତାଙ୍କ ଭରସାରେ କଂଗ୍ରେସ ପ୍ରାର୍ଥୀ

କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲାର ୬ ବିଧାନସଭା ଓ ଏକମାତ୍ର ଲୋକସଭା ଆସନ ପାଇଁ ସମସ୍ତ ଆସନରେ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଥିବା ବେଳେ ଘସିପୁରା ବିଧାନସଭା ଆସନ ପାଇଁ ବିଜେଡି ଓ ସ୍ୱାଧିନ ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି। ଆସନ୍ତା ୨୫ ତାରିଖ ନିର୍ବାଚନ ଅନୁଷ୍ଠିତ ହେବାକୁଥିବା ବେଳେ ୨୩ ତାରିଖ ପ୍ରଚାରର ଅନ୍ତିମ ଦିବସ ଥିବାରୁ ସମସ୍ତ ପ୍ରାର୍ଥୀ ନିଜ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ସମସ୍ତ କସରତ ଆରମ୍ଭ କରିଦେଇଛନ୍ତି। ରାଜ୍ୟ ଶାସକ ବିଜେଡି ତାରକା ପ୍ରଚାରକ ଖୋଦ୍‌‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ କେନ୍ଦୁଝର ଜିଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବା ସହ ଦଳୀୟ ପ୍ରାର୍ଥୀ ଓ କର୍ମୀଙ୍କ ମନୋବଳ ବୃଦ୍ଧି କରିଛନ୍ତି।

ସେହିଭଳି ବିଜେପିର ତାରକା ପ୍ରଚାରକ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଅରୁଣ ଗୋଭିଲ ବିଭିନ୍ନ ସମୟରେ କେନ୍ଦୁଝର ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବା ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ତେବେ ଜାତୀୟ ଦଳ କଂଗ୍ରେସର ତାରକା ପ୍ରଚାରକ ଭାବେ କେନ୍ଦୁଝର ଜିଲାକୁ ଜଣେ ହେଲେ ନେତା ପ୍ରଚାରରେ ନଆସିବା ପ୍ରାର୍ଥୀ ଓ ସମର୍ଥକଙ୍କୁ ନିରାଶ କରିଛି। ୨୦୦୯ ସାଧାରଣ ନିର୍ବାଚନ ପରଠାରୁ ଜିଲାର ୬ ବିଧାନସଭା ଓ ଏକମାତ୍ର ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ବିଜୟର ସ୍ୱାଦ ଚାଖିବାକୁ ସମର୍ଥ ହୋଇନଥିବା ବେଳେ ଚଳିତଥର ମଧ୍ୟ ଜନତା ଜନାର୍ଦ୍ଦନଙ୍କ ଆର୍ଶିବାଦକୁ ଭରସା କରି କଂଗ୍ରେସ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କୁ ସଙ୍ଗରେ ଧରି ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି।

- Advertisement -

ଅନ୍ୟପକ୍ଷରେ ବଡବିଲ ପୌରପାଳିକାର ନଗରପାଳ ଲକ୍ଷ୍ମଣ ମହାନ୍ତ ଓ ବଡବିଲ ନଗର ବିଜେଡି ସମ୍ପାଦକ ଲଛମନ ମହାନ୍ତଙ୍କ ନେତୃତ୍ୱରେ ଆୟୋଜିତ ବାଇକ୍‌‌ ଶୋଭାଯାତ୍ରାରେ କେନ୍ଦୁଝର ସଦର ବିଜେଡି ବିଧାୟିକା ପ୍ରାର୍ଥୀ ମୀନା ମାଝୀ ନିଜ ସମର୍ଥକଙ୍କ ଗହଣରେ ବୁଧବାର ସଦର ବ୍ଲକ ୪ନଂ ଜୋନ ପଳାଶପଙ୍ଗା, ପର୍ଜନପୁର ଓ ନୂଆଗାଁ ପଞ୍ଚାୟତରେ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା ନିବେଦନ କରିଛନ୍ତି। ଏହି ଅବସରରେ ପର୍ଜନପୁର ପଞ୍ଚାୟତ କଲଣ୍ଡା ଗ୍ରାମରେ ବହୁ ବିଜେପି ଓ କଂଗ୍ରେସ କର୍ମୀ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ବିଜେଡିରେ ସାମିଲ ହେବାସହ ବିଜେଡି ପ୍ରାର୍ଥୀ ମୀନା ମାଝୀଙ୍କୁ କିଭଳି ବିଜୟୀ କରାଯିବ ସେ ନେଇ ଆଗେଇ ଆସିଛନ୍ତି। ସେହିଭଳି ବିଧାୟିକା ପ୍ରାର୍ଥୀ ଶ୍ରୀମତୀ ମାଝୀ ଝୁମ୍ପୁରା ବ୍ଲକର ଅର୍ଶଳା ପଞ୍ଚାୟତରେ ମଧ୍ୟ ବାଇକ୍‌‌ ଶୋଭାଯାତ୍ରାରେ ସାମିଲ ହୋଇ ପଚାର କାର୍ଯ୍ୟକୁ ଜୋରଦାର କରିଥିବା ବେଳେ ଅର୍ଶଳା ଠାରେ ମଧ୍ୟ ଆୟୋଜିତ ମିଶ୍ର ପର୍ବରେ ସ୍ଥାନୀୟ ପଞ୍ଚାୟତର ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇ ବିଧାୟିକା ପ୍ରାର୍ଥୀଙ୍କୁ କିଭଳି ବିଜୟୀ କରାଯିବ ସେ ନେଇ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories