ପାତ୍ରପୁର: ପାତ୍ରପୁର ବ୍ଲକ ବୁଡ଼ିଘାଟି ଗ୍ରାମରେ ଗତ ୬ ତାରିଖ ଦିନ ମଦ ଜବତ କରିବାକୁ ଯାଇଥିବା ବେଳେ ଅବକାରୀ ବିଭାଗ, ପୁଲିସ ଓ ତହସିଲଦାରଙ୍କୁ ମାଡ଼ ହେବା ଘଟଣା ପ୍ରତିବାଦରେ ସରକାରୀ କର୍ମଚାରୀମାନେ ବୁଧବାରଠାରୁ କଲମ ଛାଡ ଆନ୍ଦୋଳନ କରିଥିଲେ। ଶୁକ୍ରବାର ଡେପୁଟି କଲେକ୍ଟର ଶୁଭଶ୍ରୀ ରଥ, ଚିକିଟି ଏସଡିପିଓ କୃଷ୍ଣ ଚନ୍ଦ୍ର ଭାତ୍ରା, ଜରଡ଼ା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ପ୍ରମୁଖ ଧାରଣ ସ୍ଥଳରେ ପହଞ୍ଚି କର୍ମଚାରୀମାନଙ୍କ ସହ ଆଲୋଚନା କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତଶ୍ରୁତି ଦେଇଛନ୍ତି। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହେବା ସହ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆନ୍ଦୋଳନରେ ତହସିଲ, ବ୍ଲକ, କର୍ମଚାରୀମାନେ ସାମିଲ ହୋଇଥିବା ବେଳେ ତହସିଲ କର୍ମଚାରୀ ସଂଘ ପକ୍ଷରୁ ଛଅଦଫା ଦାବି ପ୍ରଦାନ କରିଥିଲେ।
Popular Categories



