ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଦଶ ହଜାର ଭକ୍ତଙ୍କ ସମାଗମ
ପାତ୍ରପୁର: ପାତ୍ରପୁର ବ୍ଲକ ବାଦପୁର ପଂଚାୟତ ଅନ୍ତର୍ଗତ ଭୈରବୀ ଚାଞ୍ଚଡା ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ପାଞ୍ଚଦିନିଆ ମହାମାୟୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୁରୁବାର ପୂର୍ଣ୍ଣାହୁତି ହୋଇଛି । ଅନ୍ତିମ ଦିବସରେ ମାଁଙ୍କ ତ୍ରିଶୂଳ, ଧ୍ବଜା ସ୍ଥାପନ, ଦେବତା ପ୍ରବେଶ, ଯଜମାନ ପ୍ରତିଷ୍ଠା, ମହାଧ୍ୱଜ ଭ୍ରମଣ ଆଦି ରୀତି ପରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା । ଶେଷଦିନ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ଚିକିଟୀ ଅଂଚଳର ବିଶିଷ୍ଠ ପୁରୋହିତ ପଣ୍ଡିତ ଅଶୋକ କୁମାର ପାଢ଼ୀଙ୍କ ଉପସ୍ଥିତିରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଗୁରୁବାର ଅପରାହ୍ନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲା । ପାଞ୍ଚଦିନ ଧରି ଅନୁଷ୍ଠିତ ମାହାମୟୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରତିଦିନ ଅନ୍ନଯଜ୍ଞ, ଘୃତଯଜ୍ଞ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଅଂଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ମହାମାୟୀ ପ୍ରତିଷ୍ଠା ଉତ୍ସବ କମିଟି ସଭାପତି ସଚ୍ଚିଦାନନ୍ଦ ରାଜଗୁରୁ, ବିଜୟ ପ୍ରଧାନ,ଶଶାଙ୍କ ପାଣିଗ୍ରାହୀ,ସନ୍ତୋଷ ପାତ୍ର, ଭଗବତୀ ପାଣିଗ୍ରାହୀ,ଶଶାଙ୍କ ପ୍ରଧାନ,ନବୀନ ପାଣିଗ୍ରାହୀ,ନିଶାମଣି ପ୍ରଧାନ,, ପ୍ରମୁଖଙ୍କ ସହ ବହୁ ସ୍ବେଛାସେବୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
Comments are closed.