BJD Bijuli 480×75 Mob

‘ନୂତନ ରାସ୍ତାର ​ଷୋଳଭାଗ ପେଣ୍ଠ ଛକରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଉ’

BJD Bijuli 480×75 Mob

ପାତ୍ରପୁର: ପାତ୍ରପୁର ବ୍ଲକ ମନ୍ଦରଡା-ଶୁରଙ୍ଗି ରାସ୍ତାର ଷୋଳଭାଗ ପେଣ୍ଠଠାରୁ ଜରଡା-ତୁମ୍ବା ରାସ୍ତାକୁ ସଂଯୋଗ ନୂତନ ରାସ୍ତାର ଷୋଳଭାଗ ପେଣ୍ଠ ଛକଠାରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ ଦାବୀ ହେଉଛି। ପାତ୍ରପୁର ବ୍ଳକର ତୁମ୍ବା, ବୁରତାଲ, ସାମନ୍ତରାପୁରା, ଜରଡା ଅଞ୍ଚଳର ଲୋକଙ୍କ ଖାରୀଆଗୁଡା, ତୁରୁବୁଡି, ଆଙ୍କୁଲି ତଥା ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମକୁ ଯିବା ପାଇଁ ଏହି ପଥଟି ଅତ୍ୟନ୍ତ ସୁଗମ। ସେହିପରି ଅନୁରୂପ ଭାବେ ଗଜପତି ଜିଲ୍ଲା ସହିତ ଅନ୍ୟ ଅଞ୍ଚଳର ଲୋକମାନେ ଜରଡା ଅଞ୍ଚଳକୁ ଯିବାକୁ ସୁଗମ ହେଉଛି। ଏହି ନୂତନ ରାସ୍ତାଟି ପ୍ରାକୃତିକ ପରିବେଶ ତଥା ପାହାଡ଼ ଘେରା ମଧ୍ୟରେ ଦୁଇ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା। ଜନସାଧାରଣଙ୍କ ଯାତାୟାତ ପାଇଁ ଏହି ପଥଟି ସୁଗମ। ରାସ୍ତାରେ ଟ୍ରାଫିକ ସମସ୍ୟା ଆଦୌ ନଥିବା ବେଳେ ଉଭୟ ପାର୍ଶ୍ଵ ଗ୍ରାମରୁ ଯାତାୟତ ଦୁରତ୍ଵ ୬ରୁ ୮ କିଲୋମିଟର କମ୍। ଗତ ଦୁଇ ବର୍ଷ ପୂର୍ବେ ଏହି ପକ୍କା ନୂତନ ରାସ୍ତାଟି ପ୍ରଥମ ଥର ପାଇଁ ନିର୍ମାଣ ହୋଇଥିଲା। ରାସ୍ତା ନିର୍ମାଣ ପରେ ଯାଡ଼ିମହୁଲ, କରଡା ବାଡି, ସାନଗାଁ, ସମେତ ୨୦ରୁ ଊର୍ଦ୍ଧ୍ବ ଆଦିବାସୀ ଗ୍ରାମର ଲୋକମାନେ ଯାତାୟତର ସୁବିଧା ପାଇଛନ୍ତି। ରାସ୍ତାଟି ପକ୍କା ହେବା ପରେ ନିୟମିତ ଏହି ରାସ୍ତା ଦେଇ ଯାନବାହନ ଚଳାଚଳ କରୁଛି। ଅଞ୍ଚଳର ଲୋକମାନେ ବିଭିନ୍ନ କାର୍ଯ୍ୟ ସମ୍ପାଦନା ପାଇଁ ବ୍ରହ୍ମପୁର, ପାତ୍ରପୁର ସମେତ ବିଭିନ୍ନ ଅଞ୍ଚଳକୁ ଯିବାକୁ ହେଲେ ଷୋଳଭାଗ ପେଣ୍ଠ ଛକରେ ଥିବା ବରଗଛମୂଳରେ ବସ୍‌କୁ ଅପେକ୍ଷା କରିବାକୁ ପଡୁଛି। ପାହାଡ଼ ଘେରା ଅଞ୍ଚଳରୁ ଲୋକମାନେ ନିଜ ଉତ୍ପାଦିତ ସାମଗ୍ରୀ ମୁଣ୍ଡରେ ବୋହି ଆଣି ଏହି ଛକରୁ ଯାଇ ଥାଆନ୍ତି। ଏପରିକି ବସରୁ ଓହ୍ଲାଇବା ପରେ ନିଜ ଗ୍ରାମକୁ ଯାଆନ୍ତି। ନୂତନ ରାସ୍ତାରେ ବସ୍ ଚଳାଚଳ ଆରମ୍ଭ ହୋଇନାହିଁ। ଲୋକମାନେ ଖରା, ବର୍ଷାରେ ଷୋଳଭାଗ ପେଣ୍ଠ ଛକରେ ଯାତ୍ରୀ ବିଶ୍ରାମଗାରଟିଏ ନଥିବାରୁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାସ୍ତାଟି ପାହାଡ଼କୁ ଲାଗି ରହିଥିବାରୁ ଗଛମୂଳେ ବସକୁ ଅପେକ୍ଷା କରିବାକୁ ଲୋକେ ବରାହ ଚଳ ପ୍ରଚଳ ପାଇଁ ଭୟଭୀତ ହେଉଛନ୍ତି। ଏଣୁ ପ୍ରଶାସନ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ଯାତ୍ରୀ ବିଶ୍ରାମଗାରଟିଏ ନିର୍ମାଣ କରିବାକୁ ଆଦିବାସୀ ମହଲରେ ଦାବୀ ହେଉଛି।

Comments are closed.