ନାଗପୁରରେ ଓଡ଼ିଆ ଶ୍ରମିକ ମୃତ

ପାତ୍ରପୁର: ପାତ୍ରପୁର ବ୍ଳକ ଖଣ୍ଡ ଦେଉଳି ଗ୍ରାମରୁ ନାଗପୁର କାମ କରିବାକୁ ଯାଇଥିବା ଜଣେ ଯୁବ ଶ୍ରମିକଙ୍କ ଗୁରୁବାର ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ହେଉଛନ୍ତି ଖମ୍ବାରିଗାଁ ପଞ୍ଚାୟତ ଖଣ୍ଡ ଦେଉଳି ଗ୍ରାମର ନାରଦା ନିଳାଦ୍ରୀଙ୍କ ପୁଅ ନାରଦା ନିରଞ୍ଜନ ବୋଲି ଜଣାପଡିଛି। ନିରଞ୍ଜନ ଦାଶ ସାଙ୍ଗ ଙ୍ ସହିତ ନାଗପୁର ଯାଇ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗୁରୁବାର ତାଙ୍କୁ ଡାକ୍ତର ଖାନାକୁ ନିଆଯାଇ ଥିବା ବେଳେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।

ଆଜି କମ୍ପାନୀ ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କର ତିନୋଟି ସନ୍ତାନ ଅଛନ୍ତି। ସେ ଜଣେ ଗରିବ ବ୍ୟକ୍ତି ହୋଇ ଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି।

ପ୍ରକାଶ ଥାଉକି ଗତ ୨୧ ତାରିଖରେ ଏହି ବ୍ଲକ ବୁରାତଳ ପଞ୍ଚାୟତ ବତରା ସାହି ଗ୍ରାମର ଜଣେ ଆଦିବାସୀ ଶ୍ରମିକଙ୍କ ଆନ୍ଧ୍ର କାକିନଡ଼ାର ଏକ ଚିଙ୍ଗୁଡି କାରଖାନାରେ ମୃତ୍ୟୁ ହୋଇଥିଲା। ତେବେ ନିରଞ୍ଜନଙ୍କ ମୃତ୍ୟୁର ସଠିକ୍ କାରଣ ଜଣା ପଡ଼ିନାହିଁ।

Comments are closed.