ନଳକୁଅ ପାଣି ବାହାରୁନି, ଝର ପାଣି ଭରସାରେ ଗ୍ରାମବାସୀ

ପାତ୍ରପୁର: ଗତ କିଛଦିନ ହେଲା ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ସାଙ୍ଗକୁ ପାତ୍ରପୁର ଅଞ୍ଚଳରେ ପ୍ରବାହିତ ମହେନ୍ଦ୍ର ତନୟା, ବଗି ନଦୀ ସହ ପାହାଡିଆ ଅଞ୍ଚଳର ଝରଣା ଶୁଖି ଯାଇଛି। ଯାହରି ଫଳରେ ବହୁ ଗ୍ରାମରେ ଜଳକଷ୍ଟ ଅନୁଭୂତ ହେଉଛି। ତେବେ ବ୍ଲକର ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଥିବା ଆଦିବାସୀ ଗ୍ରାମ ଡାବୁଥଳିରେ ଏବେ ଜଳ ସଙ୍କଟ ଦେଖା ଦେଇଛି। ଗ୍ରାମରେ ଥିବା ଦୁଇଟି ନଳ କୁଅର ପାଣି ଶୁଖି ଯାଇଥିବାବେଳେ ଅନ୍ୟ ଗୋଟିଏ ନଳକୂଅରୁ ଅଳ୍ପ ପାଣି ବାହାରି ବନ୍ଦ ହେଉଛି। ଯାହାକୁ ଦେଖି ଗ୍ରାମର ଲୋକମାନେ ଦେଢ଼ କିଲୋମିଟର ଦୂର ମହେନ୍ଦ୍ର ତନୟା ନଦୀରେ ଚୁଆ ଖୋଲି ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

prayash

ରାତିପାହିଲେ ଗ୍ରାମର ଲୋକମାନେ ମହେନ୍ଦ୍ର ତନୟ ନଦୀ ଯାଇ ଖୋଲି ଥିବା ଚୁଆରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ଏପରିକି ଆନ୍ଧ୍ର କଳିଙ୍ଗ ଦଳା ପ୍ରକଳ୍ପରେ ସ୍ନାନ ଶୌଚ ସହ ପଶୁଙ୍କ ପାଇଁ ଜଳ ସଂଗ୍ରହ କରୁଛନ୍ତି। ଏହି ଗ୍ରାମଟି ପୂର୍ବରୁ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିଲା। ଲୋକମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିଲେ। ଏହାକୁ ଦେଖି ପଞ୍ଚ ତିରିଶି ବର୍ଷ ପୂର୍ବେ ପ୍ରଶାସନର ପ୍ରତିଶ୍ରୁତି ପରେ ଗ୍ରାମର ଲୋକମାନେ ପାହାଡ ତଳକୁ ୧୫ କିଲୋମିଟର ଓହ୍ଲାଇ ଆନ୍ଧ୍ର ମହେନ୍ଦ୍ର ତନୟା ଜଳଭଣ୍ଡରର କୂଳରେ ପୂର୍ବ ଗ୍ରାମ ନାମରେ ବସତି ସ୍ଥାପନ କରିଥିଲେ।

ତେବେ ଗ୍ରାମର ଲୋକମାନେ ବର୍ଷ ବର୍ଷ ଧରି ବିଶୁଦ୍ଧ ପାଣି ପାଇବାରୁ ବଞ୍ଚିତ ହେଉଥିବା ଦେଖି ଏକ ନଳକୂଅ ଖୋଲା ଯାଇଥିଲା। ଏପରିକି ଗ୍ରାମଲୋକଙ୍କୁ କଣ୍ଟା କୁମ୍ଭ ନିକଟ ଜଙ୍ଗଲରେ କୂଅ ଖୋଲି ପାଇପ ଯୋଗେ ପ୍ରାୟ ୫ କିଲୋମିଟର ଦୂରରୁ ଝରଣା ପାଣି ଯୋଗା ଯାଉଥିଲା। ତେବେ ଗ୍ରୀଷ୍ମ ଋତୁରେ ଜଳକଷ୍ଟ ଲାଗି ରହିବା ଦେଖି ଗତ ବର୍ଷ ଦୁଇଟି ନଳ କୁଅ ଖୋଲା ଯାଇଥିଲା। ଏବେ କଣ୍ଟାକୁମ୍ଭରୁ ପାଇପ ଯୋଗେ ଆସୁଥିବା ପାଣି କିଛି ମାସ ହେଲା ବନ୍ଦ ରହିଛି। ଗ୍ରାମର ୭୫ରୁ ଅଧିକ ପରିବାର ବସବାସ କରୁଛନ୍ତି। ପାନୀୟ ଜଳ ସମସ୍ୟା ଦେଖି ରାତି ପାହିଲେ ଝିଅ ବୋହୁ ମନେ ମୁଣ୍ଡରେ ମାଠିଆ ଗରା ଧରି ନିକଟ ନଦୀରେ ଖୋଲି ଥିବା ଚୁଆରୁ ପାଣି ଧରି ଫେରୁଛନ୍ତି। ପ୍ରଶାସନ ଏହି ଆଦିବାସୀ ଗ୍ରାମର ଲୋକଙ୍କ ପାନୀୟ ଜଳ ଯୋଗାଣ ପାଇଁ ବସୁଦ୍ଧ। ଯୋଜନାରେ ଏକ ପ୍ରକଳ୍ପ ସ୍ଥାପନା କରି ପ୍ରତି ଘରକୁ ଜଳ ଯୋଗାଣ ବ୍ୟବସ୍ଥା କଲେ ଲୋକମାନେ ଜଳକଷ୍ଟରୁ ମୁକ୍ତି ପାଇ ପାରନ୍ତେ।

kalyan agarbati

Comments are closed.