ପାତ୍ରପୁର: ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଚରିଆବାଡ ଗ୍ରାମର ଜଣେ ଆଦିବାସୀ ମହିଳାଙ୍କ ଗର୍ଭରୁ ଜନ୍ମିତ ଅଦ୍ଭୁତ ଶିଶୁକନ୍ୟାର ୨୪ ଦିନ ପରେ ମୃତ୍ୟ ହୋଇଛି। ବାଘଲଟି ଜଳଭଣ୍ଡାର ଉପର ଅଂଶ ଢୁଲିଆ ପାହାଡରେ ଚାଷ ବାସ ପାଇଁ ଘର କରି ରହୁଥିବା ଉପେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଲଳିତାଙ୍କ ଗର୍ଭରୁ ମୁଣ୍ଡରେ ଏକ ମୁଣି ସଦୃଶ ଥିବା କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତେବେ ପରଦିନ ଜଳଭଣ୍ଡାର ପାରହୋଇ ଶିଶୁଟିକୁ ପାତ୍ରପୁର ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଯାଇଥିବା ବେଳେ ସେହିଠାରୁ କଟକ ନେବାକୁ କୁହାଯାଇଥିଲା। ତେବେ ଆର୍ଥିକ ଅବସ୍ଥା ଠିକ୍ ନଥିବାରୁ ଶିଶୁଟିକୁ ଗ୍ରାମକୁ ଫେରାଇ ଆଣିଥିଲେ। ଯାହାକୁ ନେଇ ଖବର ପ୍ରକାଶ ପରେ ପ୍ରଶାସନ ପୁଣି କଟକ ନେଇ ଚିକିତ୍ସା କରିଥିଲେ। ପରବର୍ତ୍ତୀ ସମୟରେ ତାକୁ ଭୁବନେଶ୍ୱର ଚିକିତ୍ସା ପାଇଁ ଅଣାଯାଇଥିଲା। ତେବେ ଶିଶୁଟିକୁ କୌଣସି କାରଣରୁ ଗ୍ରାମକୁ ସପ୍ତାହ ତଳେ ଆଣିଥିବା ବେଳେ ଆଜି ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
Popular Categories



