ପ୍ରଶାସନ ସହାୟତାରେ ଚିକିତ୍ସା ପାଇଁ କଟକ ଗଲା ଶିଶୁକନ୍ୟା

ପାତ୍ରପୁର: ପାତ୍ରପୁର ବ୍ଲକ ଦୁର୍ଗମ ଆଙ୍କୁଲି ପଂଚାୟତ ଚରିଆବାଡ ଗ୍ରାମର ଜଣେ ଆଦିବାସୀ ମହିଳାଙ୍କ ଜନ୍ମ ହୋଇଥିବା ଅଦ୍ଭୁତ ଶିଶୁ କନ୍ୟାକୁ ଗତକାଲି ଚିକିତ୍ସା ପାଇଁ ବ୍ରହ୍ମପୁର ନେଇଥିବା ବେଳେ କଟକ ପଠାଯାଇଥିଲା। ତେବେ ପରିବାରର ଦୁର୍ବଳ ଆର୍ଥିକ ଅବସ୍ଥା ଯୋଗୁଁ ପ୍ରଶାସନକୁ ସାହାଯ୍ୟ ପାଇଁ ନିବେଦନ କରି ପରିବାର ଶିଶୁଟିକୁ ଗ୍ରାମକୁ ଫେରାଇ ଆଣିଥିଲେ । ଆଜି ପ୍ରଶାସନ ପକ୍ଷରୁ ୧୦୮ଆମ୍ବୁଲାନ୍ସ ଯୋଗେ ମାଆ ଏବଂ ନବଜାତ ଶିଶୁ କନ୍ୟାକୁ ପାତ୍ରପୁର ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯିବା ସହିତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଡକ୍ରସ ପାଣ୍ଠିରୁ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହା ପରେ ଚିକିତ୍ସା ପାଇଁ ବ୍ରହ୍ମପୁର ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ନବଜାତ ପିଲାଟିର ମୁଣ୍ଡରେ ଏକ ବଡ ମୁଣି ସଦୃଶ ମାଂସ ପିଣ୍ଡୁଳା ରହିଥିଲା। ଗତ ଦୁଇ ଦିନ ପୂର୍ବେ ଚରିଆବାଡ ଗ୍ରାମରୁ ଯାଇ ବାଘଲଟି ଜଳଭଣ୍ଡାର ଉପର ଅଂଶ ଢୁଲିଆ ପାହାଡରେ ଚାଷ ବାସ ପାଇଁ ଘର କରି ରହୁଥିବା ଉପେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଲଳିତାଙ୍କ ଏକ ଅଦ୍ଭୁତ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତେବେ ଦୁର୍ଗମ ଅଂଚଳରୁ ରାତିରେ ଡାକ୍ତରଖାନାକୁ ଯାଇପାରିନଥିବା ବେଳେ ରାତି ପାହିବା ପରେ ଡଙ୍ଗାରେ ବାଘଲଟି ଜଳଭଣ୍ଡାର ପାରହୋଇ ପାତ୍ରପୁର ଯିବା ପରେ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଯାଇଥିଲା।

kalyan agarbati

Comments are closed.