ଦୋକାନରୁ ନାଗ, ଘର ନିକଟରୁ ଡାଳି ସାପ ଉଦ୍ଧାର

ପାଟଣା: ଢେଙ୍କିକୋଟ ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଖଣ୍ଟଘର ପଥକର ଫାଟକ ନିକଟ ଲୁଲୁ ଜେନାଙ୍କ ଦୋକାନରୁ ଗତ କାଲି ଢେଙ୍କିକୋଟର ଜଣାଶୁଣା ସର୍ପ ଧରାଳି ନାଦୀର ଆନସାରୀ ଏକ ନାଗ ଛୁଆକୁ ଉଦ୍ଧାର କରିଛନ୍ତି। ସେହିପରି କପାସପଡ଼ା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ସଂଲଗ୍ନ ପଡ଼ିଆରେ ଥିବା ଏକ ଗଛରୁ ଏକ ବଡ଼ ଡାଳି ନାଗ ଉଦ୍ଧାର କରିଛନ୍ତି। ଢେଙ୍କିକୋଟ ଆଖପାଖ ଅଞ୍ଚଳରେ ବହୁ ଲୋକଙ୍କ ଘରୁ, ଘର ବାଡ଼ିରୁ ବିଷାକ୍ତ ସାପ ଧରି ନାଦୀର ବେଶ୍ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି। ଏହି ଜୁଲାଇ ମାସରେ ଅଞ୍ଚଳର ବିଭିନ୍ନ ସ୍ଥାନରୁ ୭୦ ଟି ବିଷାକ୍ତ ସାପ ଉଦ୍ଧାର କରି ଘଞ୍ଚ ଜଙ୍ଗଲରେ ଛାଡ଼ି ସାରିଲେଣି।

kalyan agarbati

Comments are closed.