ସ୍ୱଚ୍ଛ ଶୌଚାଳୟ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ପାଟଣା: ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଥିବା ପ୍ରୁଡେନସିୟାଲ ଫିଲିଙ୍ଗ ଷ୍ଟେସନ (ବିପିସିଏଲ) ପରିସରରେ ନବନିର୍ମିତ ଅତ୍ୟାଧୁନିକ ସ୍ୱଚ୍ଛ ଶୌଚାଳୟ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ହରଦିପ ସିଂ ପୁରୀଙ୍କ ଦ୍ବାରା ଆଭାସି କାର୍ଯକ୍ରମ ଜରିଆରେ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ କେନ୍ଦ୍ରମନ୍ତ୍ରୀ ଗଙ୍ଗାପୁରମ କିସାନ ରେଡ୍ଡୀ ଓ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ବିଭାଗ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲିଙ୍କ ସହ ବିଭାଗୀୟ ସଚିବ ପଙ୍କଜ ଜୈନ ପ୍ରମୁଖ ସାମିଲ୍ ଥିଲେ। ଆଜାଦି କା ଅମୃତ ମହୋତ୍ସବ କାର୍ଯକ୍ରମ ଅନ୍ତର୍ଗତ ପ୍ରମୁଖ ପ୍ରର୍ଯଟନ ସ୍ଥଳକୁ ଯାଇଥିବା ଜାତୀୟ ରାଜପଥରେ ସମଗ୍ର ଦେଶରେ ଏହିପରି ୧୯୧ ଶୌଚାଳୟ ହୋଇଥିବା ସୂଚନା ଦିଆଯାଇଥିଲା ।
ଢେଙ୍କିକୋଟ ପ୍ରୁଡେନସିୟାଲ ଫିଲିଙ୍ଗ ଷ୍ଟେସନ (ବିପିସିଏଲ)ରେ ସ୍ଥାନୀୟ ସରପଞ୍ଚ ଖଇର ନାଏକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ପୂର୍ବତନ ଜିଲା ପରିଷଦ ସଦସ୍ୟା ସୁମିତ୍ରା ମହାନ୍ତ, ବଣିକ ସଂଘ ସଭାପତି ରାଜକିଶୋର ସାହୁ, ପୂର୍ବତନ ସେନା କର୍ମଚାରୀ ବଳଭଦ୍ର ମହାକୁଡ ଅତିଥି ଭାବେ ଯୋଗଦେଇଥିଲେ। ଭାରତ ପେଟ୍ରୋଲିୟମର ପଶ୍ଚିମାଞ୍ଚଳ ପ୍ରମୁଖ ସଂଯୋଜକ ସୌମୟ ଜୈନ ଓ ଭୁବନେଶ୍ୱର ଅଞ୍ଚଳର ବିକ୍ରୟ ଅଧିକାରି କୌଶିକ ଦାସ ଏବଂ ସ୍ଥାନୀୟ ଫିଲିଂ ଷ୍ଟେସନର ମହେଶ୍ବର ସାହୁ କାର୍ଯକ୍ରମ ରେ ସାମିଲ୍ ଥିଲେ ଏବଂ ଢେଙ୍କିକୋଟର ନବୀନ ସାହୁ, ରାମଚନ୍ଦ୍ର ସାହୁ, ମକରଧ୍ଵଜ ସାହୁ, ଉଜ୍ଜଳ ସାହୁ, ଶ୍ରୀବତ୍ସ ସାହୁ, ବିଶ୍ଵ ରଂଜନ ପୃଷ୍ଟୀ, ଅଶେଷ ସାହୁ, ଅର୍ଜୁନ ବାରିକ୍, ଲକ୍ଷ୍ମୀଧର ସାହୁ, ରୋହିତ ବାରିକ୍, କୃଷ୍ଣଚନ୍ଦ୍ର ବାରିକ୍, ଶରତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.