www.samajalive.in
Sunday, December 14, 2025
17.1 C
Bhubaneswar

ବିଦ୍ୟୁତ ସଂଯୋଗ ଦାବିରେ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଶତାଧିକ ଉପଭୋକ୍ତା

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଅଧୀନରେ ଥିବା ବାରଡାଙ୍ଗୁଆ ଗ୍ରାମର ଶତାଧିକ ବିଦ୍ୟୁତ୍ ଉପଭୋକ୍ତା ମଙ୍ଗଳବାର ଅପରାହ୍ନରେ ତୁରୁମୁଙ୍ଗା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଅଭିଯୋଗ ଅନୁଯାୟୀ ବାରଡାଙ୍ଗୁଆ ଗ୍ରାମରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ୮ଦିନ ରୁ ଉର୍ଦ୍ଧ୍ଵ ହେବ ପୋଡି ଯାଇଥିବାରୁ ଗ୍ରାମବାସୀ ଅନ୍ଧାରରେ ରହିଛନ୍ତି ବିଦ୍ୟୁତ ନଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢିବାରୁ ବଞ୍ଚିତ ହେବା ସହ ରାତି ହେଲେ ବନ୍ୟଜନ୍ତୁ ସହ ସରୀସୃପ ଭୟରେ ଗ୍ରାମବାସୀ ରହୁଛନ୍ତି।ଏ ସମ୍ପର୍କରେ ତୁରୁମୁଙ୍ଗା ବିଦ୍ୟୁତ କାର୍ଯ୍ୟାଳୟ ରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ତୁରନ୍ତ ବିଦ୍ୟୁତ ସଂଯୋଗ ଦାବି କରି ଗ୍ରାମର କରୁଣା କର ଦାସ, ହୃଷିକେଶ ମହାନ୍ତ, ପଦ୍ମଲୋଚନ ପାତ୍ର, ଟଙ୍କଧର ମୁଣ୍ଡା, ନନ୍ଦକିଶୋର ପାତ୍ର, ଅଶୋକ ନାଏକ, ଗହମି ରାୟ, ଶୁଶୀଲ ମହାନ୍ତ, ମିନାକ୍ଷୀ ମହାନ୍ତ ପ୍ରମୁଖ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

ଏଥି ସହ ଯମୁନାପଶି ଗ୍ରାମରେ ୮ ଦିନ ହେବ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଯମୁନାପଶି ଗ୍ରାମର ବୁଲୁ ମହାପାତ୍ର ଦେବାଶିଷ ମହାପାତ୍ର ମଧୁସୂଦନ ମହାପାତ୍ର ଗୋବର୍ଦ୍ଧନ ମହାପାତ୍ର ପ୍ରମୁଖ ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଇଥିଲେ। ତେବେ ଦୁଇ ଗ୍ରାମବାସୀଙ୍କ ସମସ୍ୟା ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ସ୍ଥାନୀୟ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଚିରଞ୍ଜିତ ସାହୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଫେରିଯାଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories