www.samajalive.in
Sunday, December 14, 2025
23.1 C
Bhubaneswar

ହଷ୍ଟେଲ ଖାଦ୍ୟ ଖାଇ ୧୦୦ରୁ ଅଧିକ ଛାତ୍ରୀ ଅସୁସ୍ଥ, ୨ ଗୁରୁତର

ବଣାଇ: ହଷ୍ଟେଲ ଖାଦ୍ୟ ଖାଇ ୧୦୦ରୁ ଅଧିକ ଛାତ୍ରୀ ଅସୁସ୍ଥ। କୋଇଡ଼ା ବ୍ଲକ ଫଟାଟାଙ୍ଗର ଆଶ୍ରମ ସ୍କୁଲର ହଷ୍ଟେଲ ଛାତ୍ରୀ ଅସୁସ୍ଥ। ଅସୁସ୍ଥ ଛାତ୍ରୀମାନଙ୍କୁ ବଣାଇ ଓ ୨ ଗୁରୁତରଙ୍କୁ ଆର୍‌ଜିଏଚ ସ୍ଥାନାନ୍ତର। ମଧ୍ୟାହ୍ନ ଭୋଜନ ଖାଇସାରିିବା ପରେ ଛାତ୍ରୀ ଅସୁସ୍ଥ ହୋଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ ହଷ୍ଟେଲରେ ମଧ୍ୟାହ୍ନ ଭୋଜନ ଖାଇ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଗୁରୁତର ୨ଜଣଙ୍କୁ ରାଉରକେଲା ଜେନେରାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଅପରପକ୍ଷରେ ଅସୁସ୍ଥ ହୋଇପଡ଼ିଥିବା ସମସ୍ତ ଛାତ୍ରୀଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ସୋମବାର କୋଇଡ଼ା ବ୍ଲକ୍‌ ଫଟାଟାଙ୍ଗର ଆଶ୍ରମ ସ୍କୁଲର ହଷ୍ଟେଲରେ ରହୁଥିବା ୨୦୦ରୁ ଅଧିକ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିଲେ। ମଧ୍ୟାହ୍ନ ଭୋଜନରେ ଛାତ୍ରୀମାନେ ଭାତ ସହ ଡାଲି ଖାଇଥିଲେ। ଖାଇବାର କିଛି ସମୟ ପରେ ଅଧିକାଂଶ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଝାଡ଼ା ଓ ବାନ୍ତି ହୋଇଥିଲା। ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ମେଡିକାଲ୍‌ ନେବା ପରିବର୍ତ୍ତେ ହଷ୍ଟେଲ୍‌ରେ ଚିକିତ୍ସା ଆରମ୍ଭ କରିଥିଲେ। ମାତ୍ର ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ଆଜି ସକାଳେ ଆଶ୍ରମ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ କେ.ବଲାଙ୍ଗ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ସନ୍ଧ୍ୟାରେ ସେମାନଙ୍କୁ ବଣାଇ ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ସବୁ ପିଲାଙ୍କ ଚିକିତ୍ସା ଚାଲିଛି। ତେବେ ସେମାନଙ୍କ ଭିତରୁ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ଥିବାରୁ ସେମାନଙ୍କୁ ରାଉରକେଲା ଜେନେରାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories