www.samajalive.in
Monday, December 15, 2025
16.1 C
Bhubaneswar

ନାଳ ପାଇଁ କୋଟି କୋଟି ଟଙ୍କା ବ୍ୟୟ ସତ୍ୱେ ନିଗମ ଅଞ୍ଚଳରେ ବ୍ୟବସ୍ଥା ସମ୍ପୁର୍ଣ୍ଣ ଫେଲ

ସମ୍ବଲପୁର (ସିଟି) – ପ୍ରତି ବର୍ଷ ବର୍ଷା ଋତୁ ପୂର୍ବରୁ ସମ୍ବଲପୁର ଜିଲା ଓ ମହାନଗର ନିଗମ ପ୍ରଶାସନ ତରଫରୁ ଅଞ୍ଚଳର ନାଳ, ବର୍ଷା ଜଳ ନିଷ୍କାସନ, ସଫେଇ ଆଦି ବିଭିନ୍ନ ମୌଳିକ ସୁବିଧା କ୍ଷେତ୍ରରେ ବଡ ବଡ ସୁଧାର ଦାବି କରାଯାଇ ଆସୁଥିବା ବେଳେ କ୍ରମାଗତ ସବୁ ବର୍ଷ ତାହା ଫେଲ ମାରୁଥିବାର ଦେଖାଯାଉଛି । ବର୍ଷା ଓ ନାଳ ପାଣି ନିଷ୍କାସନ ବ୍ୟବସ୍ଥାକୁ ଧ୍ୟାନରେ ରଖି ବିଗତ କିଛି ବର୍ଷ ହେବ ନିର୍ମାଣ ଓ ପୁନଃ ଉଦ୍ଧାର କରାଯାଇଥିବା ନାଳ ଗୁଡିକ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି । ଯୋଜନା ବିହୀନ ନାଳ ନିର୍ମାଣ ଯୋଗୁଁ ନାଳ ପାଣି ଯାଉ ନ ଥିବା ବେଳେ ବର୍ଷା ଜଳ ରାଜରାସ୍ତା ଉପରେ ଚାଲୁଛି ଏବଂ କୁତ୍ରିମ ବନ୍ୟା ସୃଷ୍ଟି ହେଉଛି । ନାଳ ଗୁଡିକ କେଉଁ ସ୍ଥାନରେ ରାସ୍ତାରୁ ଉଚ୍ଚରେ ରହିଥିବା ବେଳେ ତ ଆଉ କେତେକ ସ୍ଥାନରେ ରାସ୍ତାରୁ ପାଣି ନାଳକୁ ନ ଯାଇ ରାଜରାସ୍ତାରେ ଗଡୁଛି ।

ସମ୍ବଲପୁର ମୁଖ୍ୟ ସହର ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନାଳ ନିର୍ମାଣ କରାଯାଉଥିବା ବେଳେ ବୀର ସୁରେନ୍ଦ୍ର ସାଏ ମାର୍ଗର ଲକ୍ଷ୍ମୀ ଟକିଜ ଛକରୁ ଟାଙ୍ଗନା ନାଳ ଉପରେ ଥିବା ପୋଲ ପର୍ଯ୍ୟନ୍ତ ସରକାରୀ ନାଳ ଦୀର୍ଘ ବର୍ଷ ହେବ ଗାୟବ ହୋଇଯାଇଛି । ନଗର ନିଗମ ଓ ଉନ୍ନୟନ କତ୍ତୃପକ୍ଷଙ୍କ ମାର୍କେଟ କମ୍ପେ୍ଲକ୍ସ ଏହି ଅଞ୍ଚଳରେ ଲମ୍ବି ରହିଥିବା ବେଳେ ପୂର୍ବରୁ ଆବର୍ଜନା ଓ ବର୍ଷା ଜଳ ନିଷ୍କାସନ ନିମନ୍ତେ ପ୍ରାୟ ୨୦ ବର୍ଷ ତଳେ ସରକାରୀ ନାଳ ରହିଥିଲା । ପୂର୍ବରୁ ଏହି ଅଞ୍ଚଳର ଜଳ ଗୁଡିକ ଉକ୍ତ ନାଳ ଦ୍ୱାରା ଟାଙ୍ଗନା ନାଳ ଓ ରାସ୍ତା କଡରେ ରହିଥିବା ଦାନୀବନ୍ଧକୁ ଯାଉଥିବା ବେଳେ ତାହା ଆଉ ଯାଇ ନ ପାରି ରାଜରାସ୍ତା ସମେତ ରାସ୍ତାକଡରେ ରହିଥିବା ଦୋକାନ ମାନଙ୍କୁ ପ୍ରବେଶ କରୁଛି । କିନ୍ତୁ ଜବରଦଖଲକାରୀ ମାନେ ଉକ୍ତ ନାଳକୁ ପୋତି ଦେଇ ନିଜସ୍ୱ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଥିବା ବେଳେ ଉକ୍ତ ଅଞ୍ଚଳକୁ ନିୟମିତ ଯାଉଥିବା ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ତାହା ଆଜି ପର୍ଯ୍ୟନ୍ତ ଦେଖା ଯାଉନାହିଁ । କିଛି ମାସ ତଳେ ପୂର୍ତ୍ତ ବିଭାଗ ଦ୍ୱାରା ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ନିମନ୍ତେ ଏହି ରାସ୍ତାକୁ ୪ ଇଞ୍ଚ ମୋଟର ପିଚୁ କରାଯାଇଥିବାରୁ ରାସ୍ତା ଓ କଡରେ ରହିଥିବା ଦୋକାନ ମାନଙ୍କ ମଧ୍ୟରେ ରହିଥିବା ଖାଲି ସ୍ଥାନଟି ପ୍ରାୟ ୫ ରୁ ୬ ଇଞ୍ଚ ଖାଲୁଆ ହୋଇଯାଇଛି । ଏଣୁ ସାମାନ୍ୟ ବର୍ଷା ହେଲେ ନାଳ ନ ଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ରାସ୍ତା ଓ ଦୋକାନ ଗୁଡିକ ମଧ୍ୟରେ ରହିଥିବା ପାଥ ୱେ ରେ ଜମା ହୋଇ ରହୁଛି । ଫଳରେ ଅନେକ ସମୟରେ ଜନତା ଉକ୍ତ ଆବର୍ଜନା ଜଳ ମଧ୍ୟରେ ପଡି ଉଠି ଖଣ୍ଡିଆ ଖାବରା ହେଉଛନ୍ତି । ଠିକ ଏହି ଭଳି ଅବସ୍ଥା ଏବେ ଲକ୍ଷ୍ମୀ ଟକିଜ ଛକରୁ ଗୋଲବଜାର ଛକ, ଜିଏମ କଲେଜରୁ ଫାଟକ ପର୍ଯ୍ୟନ୍ତ, ଜିଏମ କଲେଜ ଛକରୁ ଲକ୍ଷ୍ମୀ ଟକିଜ ଛକ ପର୍ଯ୍ୟନ୍ତ ଆଦି ବିଭିନ୍ନ ପ୍ରମୁଖ ମାର୍ଗ ଗୁଡିକର ଅବସ୍ଥା ରହିଛି । ଯଦି ସରକାରୀ ମାର୍କେଟ କମ୍ପେ୍ଲକ୍ସ ସମ୍ମୁଖରେ ଏଭଳି ଅବସ୍ଥା ରହିଛି ତାହା ହେଲେ ବାକି ଅଞ୍ଚଳର ଅବସ୍ଥା ସହଜେ ଅନୁମେୟ । ଏ ସର୍ମ୍ପକରେ ଜନତା ବାରମ୍ବାର ନିଗମ କତ୍ତୃପକ୍ଷଙ୍କୁ ବିଭିନ୍ନ ମାଧ୍ୟମରେ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳୁ ନାହିଁ ।

- Advertisement -

ଏଥି ସହ ମାସକୁ ୪ କୋଟି ଟଙ୍କାରୁ ଉର୍ଦ୍ଧ ଖର୍ଚ୍ଚ କରି ସମ୍ବଲପୁର ମହାନଗର ନିଗମର ସଫେଇ କାର୍ଯ୍ୟ କରାଯାଉଥିବା ବେଳେ ସିଂହଭାଗ ସ୍ଥାନରେ ତାହା ପ୍ରତିଫଳିତ ହେଉ ନାହିଁ । ଅଧିକାରୀ ଓ ସଫେଇ ଠିକା ସଂସ୍ଥାର ମଧୁଚନ୍ଦ୍ରିକା ଯୋଗୁଁ କୋଟି କୋଟି ଟଙ୍କା ସରକାରୀ ତହବିଲରୁ ସଂସ୍ଥା ନିକଟରୁ ଯାଉଥିବା ବେଳେ କିନ୍ତୁ ସଫେଇ ନାମରେ ନାମକୁ ମାତ୍ର କାର୍ଯ୍ୟ ଜାରି ରହିଛି । ଫଳରେ ସାମାନ୍ୟ ବର୍ଷା ହେବା ମାତ୍ରେ ନିଗମର ଅନେକ ଅଞ୍ଚଳରୁ ଜଳ ନିଷ୍କାସନ ହୋଇ ନ ପାରି କୁତ୍ରିମ ବନ୍ୟା ସୃଷ୍ଟି ହେଉଛି ଏବଂ ଜନତାଙ୍କ ହନ୍ତସନ୍ତ ହେଉଛନ୍ତି । ପ୍ରତି ମାସ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଆଜିର ଦିନରେ ମଧ୍ୟ ସହର ଅଧିକାଂଶ ଅଞ୍ଚଳରେ ନାଳ ଗୁଡିକ ଜାମ ହୋଇ ରହୁଛି । ବର୍ଷା ପୂର୍ବରୁ ପ୍ରତି ବର୍ଷ ସ୍ୱତନ୍ତ୍ର ସଫେଇ ଅଭିଯାନ ଅର୍ନ୍ତଗତ ନିଗମର ଅନେକ ଅଞ୍ଚଳର ନାଳ ସଫେଇ କରାଯାଉଥିବା ବେଳେ ମଧ୍ୟ ଅବସ୍ଥା ଆଜି ପର୍ଯ୍ୟନ୍ତ ସୁଧରିବାର ନାମ ନେଉ ନାହିଁ । ସରକାରୀ ଅଧିକାରୀ ଓ ଠିକାଦାର ମାନଙ୍କ ମଧ୍ୟରେ ସଲାସୁତୁରା ରହୁଥିବାରୁ ନାଳ ଠିକ ଭାବରେ ସଫେଇ ହେଲା ନା ନାହିଁ, କେଉଁ କେଉଁ ସ୍ଥାନରେ ନାଳର ମରାମତିର ଆବଶ୍ୟକ ଅଛି ନା ନାହିଁ, ଠିକ ଭାବରେ ନାଳ ନିର୍ମାଣ ହେଲା ନା ନାହିଁ ଇତ୍ୟାଦି ବିଭିନ୍ନ ବୈଷୟିକ ଓ ଗୁରୁତ୍ୱପୂର୍ଣ୍ଣ ଗୁଡିକୁ କୌଣସି ଯାଞ୍ଚ କରାଯାଉ ନାହିଁ । ଫଳରେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ୱେ ପ୍ରକୃତ ସମୟରେ ସବୁ କିଛି ଫେଲ ହୋଇ ଯାଉଛି । ଏଣୁ ନିଗମ ଅଞ୍ଚଳରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଭ୍ରଷ୍ଟ ଅଧିକାରୀ ଓ କର୍ମଚାରୀ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହିତ ଦୁର୍ନିତୀଗ୍ରସ୍ତ ଠିକାଦାର ମାନଙ୍କୁ କଳାତାଲିକା ଭୁକ୍ତ କରିବାକୁ ସବୁ ମହଲରୁ ଦାବି ହେଉଛି ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories